ନୁଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ଦରଦାମ । ତୈଳଠୁ ଆରମ୍ଭ କରିବା ପନିପରିବା, ଏଲପିଜି ସବୁଥିରେ ମହଙ୍ଗା ମାଡ । ତେବେ ଏହି ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦରଦାମ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ 'ଜନ ଜାଗରଣ ଅଭିଯାନ' ଅଧୀନରେ କଂଗ୍ରେସ, ଏଥର ଲୋକଙ୍କୁ ଡିଜିଟାଲ୍ ଢଙ୍ଗରେ ନିଜ ସହ ଯୋଡିବ । ଆଜି(ରବିବାର)ଠାରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନରେ ଯୋଗଦେବା ପାଇଁ ଦଳ ଏକ ନମ୍ବର ଜାରି କରିଛି । ଯେକୌଣସି ବ୍ୟକ୍ତି ଏଥିରେ 'ମିସ କଲ' ଦେଇ ଦଳର ଦରଦାମ ବୃଦ୍ଧି ବିରୋଧରେ ଏହି ଅଭିଯାନକୁ ସମର୍ଥନ କରିପାରିବେ।
ଦରଦାମ ବୃଦ୍ଧି ବିରୋଧରେ ଅଭିଯାନ, ହେଲ୍ପଲାଇନ ନମ୍ବର ଜାରି କଲା କଂଗ୍ରେସ - ଜନ ଜାଗରଣ ଅଭିଯାନ
ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଜି(ରବିବାର)ଠାରୁ ଆରମ୍ଭ ହେବାକୁ ଥିବା କଂଗ୍ରେସର 'ଜନ ଜାଗରଣ ଅଭିଯାନ'ରେ ଯୋଗଦେବା ପାଇଁ ଦଳ ଏକ ନମ୍ବର ଜାରି କରିଛି । ଯେକୌଣସି ବ୍ୟକ୍ତି ଏଥିରେ 'ମିସ କଲ' ଦେଇ ଦରଦାମ ବୃଦ୍ଧି ବିରୋଧରେ ଏହି ଅଭିଯାନକୁ ସମର୍ଥନ କରିପାରିବେ।
![ଦରଦାମ ବୃଦ୍ଧି ବିରୋଧରେ ଅଭିଯାନ, ହେଲ୍ପଲାଇନ ନମ୍ବର ଜାରି କଲା କଂଗ୍ରେସ ଦରଦାମ ବୃଦ୍ଧି ବିରୋଧ ଅଭିଯାନରେ ସାମିଲ ହେବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କଂଗ୍ରେସ](https://etvbharatimages.akamaized.net/etvbharat/prod-images/768-512-13628899-thumbnail-3x2-congress.jpg)
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସର ସୋସିଆଲ ମିଡିଆ ବିଭାଗର ମୁଖ୍ୟ ରୋହନ ଗୁପ୍ତା କହିଛନ୍ତି ଯେ, ଯେକୌଣସି ବ୍ୟକ୍ତି 1800212000011ରେ ମିସ କଲ କରିପାରିବେ । ମିସ କଲ ଦେବା ଉପରେ ଲୋକମାନେ ଏକ SMS ପାଇବେ । ଏହା ସହିତ ଏକ ଡିଜିଟାଲ ମଧ୍ୟ ଫର୍ମ ଆସିବ । ଫର୍ମ ପୂରଣ କରି ଲୋକମାନେ 'ଜନଜଗରଣ ଅଭିଯାନ' ପାଇଁ ନିଜର ସମର୍ଥନ ଜଣାଇପାରିବେ ।
'ଜନ ଜାଗରଣ ଅଭିଯାନ' ଅଧୀନରେ କଂଗ୍ରେସ ନେତା ଓ କର୍ମୀମାନେ ଦେଶର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରିବେ। ଜନସଂଳାପ ଏବଂ ଅନ୍ୟାନ୍ୟ ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବେ | ଏହି ଅଭିଯାନ ମାଧ୍ୟମରେ ବହୁ ସଂଖ୍ୟକ ଲୋକ, ବିଶେଷକରି ମହିଳାମାନେ ଦରଦାମ ବୃଦ୍ଧି ବିରୋଧରେ ଏହି ଆନ୍ଦୋଳନରେ ଯୋଡି ହେବା ହେଉଛି ଦଳର ପ୍ରୟାସ ।