ଓଡିଶା

odisha

By

Published : Jul 18, 2023, 6:55 PM IST

ETV Bharat / bharat

Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’

ବିରୋଧୀ ମଞ୍ଚରେ ଖଡଗେ କହିଲେ କଂଗ୍ରେସ ଚାହୁଁନି କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦବୀ । ଦେଶର ସମ୍ବିଧାନ ଓ ଲୋକତନ୍ତ୍ର ବଞ୍ଚାଇବା ଦଳର ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ଶେଷରେ ଘୋଷଣା କଲେ ମେଣ୍ଟର ନାମ ‘INDIA’ । ଅଧିକ ପଢନ୍ତୁ

Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’
Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’

ନୂଆଦିଲ୍ଲୀ:କଂଗ୍ରେସ ନେତୃତ୍ବରେ ଆଜି ବେଙ୍ଗାଲୁରୁରେ ଶେଷ ହୋଇଛି ବିରୋଧୀଙ୍କ ଦ୍ବିତୀୟ ସମ୍ମିଳନୀ । ଦୀର୍ଘ ଦିନ ଧରି ଲାଗି ରହିଥିବା ବିରୋଧୀ ଏକତା ଚର୍ଚ୍ଚା ଓ ଅଭିଯାନ ଆଜି ଆଉ ପାଦେ ଆଗେଇଛି । ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶି ମେଣ୍ଟ ବା INDIA ବ୍ୟାନରରେ ଏକାଠି ହୋଇଛନ୍ତି ବିରୋଧୀ । ହେଲେ 2024 ସଧାରଣ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ମୈଦାନକୁ ଓହ୍ଲାଇବାକୁ ପ୍ରୟାସ ଜାରି ରଖିଥିବା ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଏହାରି ମଧ୍ୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜିନ ଖଡଗେ ବିରୋଧୀ ମଞ୍ଚରେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ପଦବୀ କିମ୍ବା କ୍ଷମତା ପାଇଁ ଆଗ୍ରହୀ ନୁହେଁ ।

ସାମ୍ବାଧିକ ସମ୍ମିଳନୀରେ ମେଣ୍ଟ ଘୋଷଣା ପୂର୍ବରୁ ଖଡଗେ ସମ୍ବୋଧନରେ କହିଥିଲେ, ‘‘କଂଗ୍ରେସ ନା କ୍ଷମତା ପାଇଁ ନା ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଛି । ପୂର୍ବରୁ ମଧ୍ୟ ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଏକଥା ମୁଁ ସ୍ପଷ୍ଟ କରିସାରିଛି । ଏହି ବୈଠକର ଉଦ୍ଦେଶ୍ୟ କଂଗ୍ରେସ କ୍ଷମତା ହାତେଇବା ନୁହେଁ ବରଂ ଲୋକତନ୍ତ୍ର, ସମ୍ବିଧାନ, ନିରପେକ୍ଷତା ଓ ସାମାଜିକ ନ୍ୟାୟକୁ ବଞ୍ଚାଇବା ପାଇଁ ଦଳ ଲଢିବାକୁ ଯାଉଛି ।’’

ଏହା ମଧ୍ଯ ପଢନ୍ତୁ:-Bengaluru Opposition Meet: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ !

ବିଜେପିକୁ ଟାର୍ଗେଟ କରିବା ସହ ଖଡଗେ କହିଥିଲେ,‘‘ ବିଜେପି ଏବେ ପୁରୁଣା ସହଯୋଗୀ ଦଳଙ୍କ ସହ ପୁଣି ସମ୍ପର୍କ ସ୍ଥାପନ କରିବାକୁ ଯାଉଛି । ନିଜେ ଭୋଟବ୍ୟାଙ୍କ ପାଇଁ ଛୋଟ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାରେ ଲାଗିଛି । ନିର୍ବାଚନ ଫଳାଫଳ ଆସିବା ପରେ ସେମାନଙ୍କୁ ଭୟଭୀତ କରିବା ଆରମ୍ଭ କରିବ । ବିଜେପି ଏକକୀ 3ଶହ ଆସନରେ ବିଜୟ ଲାଭ କରିପାରିବ ନାହିଁ । ତେଣୁ ଛୋଟ ଦଳଙ୍କ ସାହାଯ୍ୟ ନେବାରେ ଲାଗିଛି । କିନ୍ତୁ ବିରୋଧୀ କ୍ୟାମ୍ପରେ ଏବେ 26 ରାଜନୈତିକ ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଦଳଙ୍କର 11ଟି ରାଜ୍ୟରେ ଶାସନ ମଧ୍ୟ ରହିଛି ।’’

ଏହା ମଧ୍ୟ ପଢନ୍ତୁ:-Opposition meet: 11 ଜଣିଆ ସମନ୍ବୟ କମିଟି ସ୍ଥିର କରିବ ପରବର୍ତ୍ତୀ କାର୍ଯ୍ୟପନ୍ଥା, ମୁମ୍ବାଇରେ 3ୟ ବୈଠକ

ଆଜି ବିରୋଧୀ ଦଳଙ୍କ ବୈଠକ ଶେଷ ହେବା ପରେ ସାମ୍ବାଧିକ ସମ୍ମିଳନୀରେ ମେଣ୍ଟର ନାମ ଇଣ୍ଡିଆ ରଖାଯାଇଥିବା ଘୋଷଣା କରିଥିଲେ ଖଡଗେ । ଖଡଗେ କହିଥିଲେ, ‘‘ମିଳିତ ବ୍ୟାନରରେ 2024 ସାଧାରଣ ନିର୍ବାଚନ ଲଢିବା ନେଇ 26 ବିରୋଧୀ ରାଜନୈତିକ ଦଳ ସହମତ ହୋଇଛନ୍ତି । ଏହି ମହାମେଣ୍ଟର ନାମ ରହିଛି, ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶି ମେଣ୍ଟ ବା ‘INDIA’ । ଏହି ବ୍ୟାନରରେ ବିରୋଧୀ ଏକାଠି ନିର୍ବାଚନ ଲଢିବା ନେଇ ଏକମତ ହୋଇଥିଲେ ସୁଦ୍ଧା, ମେଣ୍ଟର ମୁଖ୍ୟ ତଥା ଆବହକ କିଏ ହେବେ ସେ ନେଇ କିଛି ଆଜି ବୈଠକରେ ସ୍ପଷ୍ଟ କରାଯାଇନାହିଁ । ଆସନ୍ତା ତଥା ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଏକ 11 ସଦସ୍ୟ ବିଶିଷ୍ଟ ସମନ୍ବୟ କିମିଟି ଗଠନ ହେବ । ଏହି କମିଟି ହିଁ ମେଣ୍ଟର ଚୂଡାନ୍ତ ନୀତି ନିର୍ଦ୍ଧାରଣକାରୀ ଅଙ୍ଗ ହେବ । ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ହିଁ ମେଣ୍ଟର ଅଧ୍ୟକ୍ଷ ବା ଅଧ୍ୟକ୍ଷା ମଧ୍ୟ ଚୟନ ହେବେ ବୋଲି ଖଡଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details