ଓଡିଶା

odisha

ETV Bharat / bharat

Three farm Laws: କୃଷି ଆଇନକୁ ଲାଗୁ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି

ନୂତନ କୃଷି ଆଇନ ପୁନଃ ଲାଗୁ କରିବାକୁ ନେଇ ବିଜେପି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ (Union Agriculture minister Narendra Singh Tomar) ଟାର୍ଗେଟ କରିଛି କଂଗ୍ରେସ । 5ଟି ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କୃଷି ଆଇନ ପ୍ରତ୍ୟାହାର (Three farm Laws Repeal) କରିବା ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ କହିଛି। ଏଥିସହ କୃଷି ଆଇନକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଏକ ଷଡଯନ୍ତ୍ର କରୁଥିବା କଂଗ୍ରେସ କହିଛି ।

By

Published : Dec 26, 2021, 9:02 AM IST

କୃଷି ଆଇନକୁ ଲାଗୁ କରିବା ପାଇଁ ଚକ୍ରାନ୍ତ କରୁଛି କେନ୍ଦ୍ର ବୋଲି କହିଲା କଂଗ୍ରେସ
କୃଷି ଆଇନକୁ ଲାଗୁ କରିବା ପାଇଁ ଚକ୍ରାନ୍ତ କରୁଛି କେନ୍ଦ୍ର ବୋଲି କହିଲା କଂଗ୍ରେସ

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ କୃଷି ଆଇନକୁ ଲାଗୁ କରିବା ପାଇଁ ଚକ୍ରାନ୍ତ କରୁଛି କେନ୍ଦ୍ର ବୋଲି କହିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା (Congress Spokesperson Randeep Surjewala) । ବିଜେପି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ (Union Agriculture minister Narendra Singh Tomar) ଟାର୍ଗେଟ କରିଛି କଂଗ୍ରେସ । 5 ଟି ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କୃଷି ଆଇନ ପ୍ରତ୍ୟାହାର (Three farm Laws Repeal) କରିବା ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ କହିଛି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଏହି ତିନୋଟି କୃଷି ଆଇନକୁ ସ୍ବାଧୀନତା ପରେ ଆଣିଥିବା ଏକ ପ୍ରମୁଖ ସଂସ୍କାର ବୋଲି କହିଛନ୍ତି । ସରକାର ଏହି ଆଇନଗୁଡ଼ିକୁ ଫେରାଇ ଆଣିପାରନ୍ତି ବୋଲି ସୂଚାଇ ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ବିଜେପିକୁ ସମାଲୋଚନା କରିଛନ୍ତି । ତିନୋଟି କୃଷି ଆଇନ କୃଷକ ବିରୋଧୀ କୃଷି ନିୟମକୁ ଫେରାଇ ଆଣିବା ପାଇଁ ତୋମାରଙ୍କ ବିବୃତ୍ତି ଷଡଯନ୍ତ୍ରର ଖୁଲାସା କରିଛି ବୋଲି ସୁର୍ଜେୱାଲା କହିଛନ୍ତି।

ନୂତନ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ଚାଷୀ ସଂଗଠନ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଆନ୍ଦୋଳନ କରିଛନ୍ତି । ପ୍ରାୟ ୭୦୦ ଚାଷୀ ପ୍ରାଣ ହରାଇଛନ୍ତି । ପ୍ରଧାନମନ୍ତ୍ରୀ, ବିଜେପି, ଆରଏସଏସ ଏବଂ ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ଆମର ସନ୍ଦେହ ଥିଲା। କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଆଇନ ରଦ୍ଦ ହେବାର କିଛି ସମୟ ପରେ ଅନେକ ବିଜେପି ନେତା ବିବୃତ୍ତି ଦେଇଛନ୍ତି ଯାହା ତିନୋଟି କୃଷି ଆଇନକୁ ଫେରାଇ ଆଣିବା ପାଇଁ ଏକ ଷଡଯନ୍ତ୍ର କରିଛି । ସୁର୍ଜେୱାଲା କହିଛନ୍ତି ଯେ ନଭେମ୍ବର 21ରେ ରାଜସ୍ଥାନ ରାଜ୍ୟପାଳ କହିଛନ୍ତି ବାତିଲ ହୋଇଥିବା କୃଷି ଆଇନକୁ ଫେରାଇ ନିଆଯିବ ଏବଂ ବିଜେପି ସାଂସଦ ସାଧ୍ବୀ ମହାରାଜ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି ।

ସୂଚନାଥାଉକି ଶୁକ୍ରବାର ନାଗପୁରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସମ୍ମୀଳନୀରେ କହିଛନ୍ତି ଯେ କୃଷି କ୍ଷେତ୍ରରେ ଘରୋଇ କ୍ଷେତ୍ରର ପ୍ରବେଶ ଅଭାବ ଦେଖାଦେଇଛି । ଆମେ କୃଷକଙ୍କୁ ସକ୍ଷମ କରିବା ପାଇଁ ଆଇନ ଆଣିଥିଲୁ କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଲୋକଙ୍କ ଯୋଗୁଁ ହୋଇପାରିଲା ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୭୦ ବର୍ଷ ସ୍ବାଧୀନତା ପରେ ଦେଶର ଚାଷୀଙ୍କ କ୍ଷେତ୍ରରେ ଏକ ବଡ ସୁଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details