ଓଡିଶା

odisha

ETV Bharat / bharat

ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦିଙ୍କ ଛତିଶଗଡ ଗସ୍ତ

ଛତିଶଗଡ 27 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ବିରାଟ ରାଲି କରି ଜନସଭାକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi targets congress at chhattisgarh
PM Modi Chhattisgarh Visit

By ETV Bharat Odisha Team

Published : Oct 3, 2023, 3:25 PM IST

ରାୟପୁର: ଛତିଶଗଡ଼ ଗସ୍ତ କରି ରାଜ୍ୟବାସୀଙ୍କୁ 27 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ଏହା ସହିତ ଛତିଶଗଡ଼ରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଉଦଘାଟିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ବସ୍ତର ଲୋକଙ୍କର । ଏହାର ମାଲିକ ମୋର ବସ୍ତରବାସୀ ଓ ଛତିଶଗଡବାସୀ ବୋଲି କହିଛନ୍ତି । କୌଣସି କଂଗ୍ରେସ ନେତାଙ୍କୁ ଏହାର ମାଲିକ ହେବାକୁ ଦେବି ନାହିଁ । ଏହି ପ୍ଲାଣ୍ଟର ମାଲିକ କେବଳ ବସ୍ତରବାସୀ । ତୁମ ଅଧିକାର କେହି ଛଡ଼ାଇ ନେଇ ପାରିବେ ନାହିଁ । କଂଗ୍ରେସ ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି:ଛତିଶଗଡ଼ ବସ୍ତରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କଂଗ୍ରେସକୁ ନିଶାନା ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବସ୍ତର ଯୁବଗୋଷ୍ଠୀ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗରିବଙ୍କ ହିତ ସର୍ବଦା ମୋଦିଙ୍କ ମନରେ ରହିଛି । ବସ୍ତରରେ ଷ୍ଟିଲ ପ୍ଲାଣ୍ଟ 55 ହଜାର ଲୋକ ନିଯୁକ୍ତି ପାଇବେ । ଏହି ପ୍ଲାଣ୍ଟର କ୍ଷମତା ବଢ଼ିବ । ଭାଜପା ଏହା କରି ଦେଖାଇଲେ କଂଗ୍ରେସର ଦୁର୍ନୀତି ରାସ୍ତାର ବାଟ ବନ୍ଦ ହୋଇଯିବ । କଂଗ୍ରେସ ଛଟପଟ ହେଉଛି । ଆଜି ବି ସେ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଉଛି । କଂଗ୍ରେସ କେବଳ ମିଛ ପ୍ରଚାପ ଏବଂ ଘୋଟାଲା ସରକାର ହୋଇଛି । ଏକାଧିକ ବର୍ଷ ଧରି ବସ୍ତରକୁ ଅଣଦେଖା କରିଛି କଂଗ୍ରେସ । ସେମାନେ କେବେ ହେଲେ ଲୋକଙ୍କ ଇଚ୍ଛା ବିଷୟରେ କୁହନ୍ତି ନାହିଁ । ବିଜେପି ଏଠାରେ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛି । କଂଗ୍ରେସ ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "କଂଗ୍ରେସ ଦୀର୍ଘ 5 ବର୍ଷରେ ଛତିଶଗଡ଼ର ଯେଉଁ ଅବସ୍ଥା କରିଛି ତାହା ପୁରା ଦେଶ ଦେଖିଛି । କଂଗ୍ରେସର ବିଧାୟକ ଓ ମନ୍ତ୍ରୀ ଏଠାରେ ଯେଉଁ କାରନାମା କରିଛନ୍ତି ତାହାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ । ଚାରିଆଡ଼େ ଦୁର୍ନୀତି ହୋଇଛି । ଛତିଶଗଡ଼ରେ ଅପରାଧ ଚରମ ସୀମାରେ ପହଞ୍ଚିଛି । ହତ୍ୟା ମାମଲାରେ ରାଜ୍ୟ ଶୀର୍ଷ ସ୍ଥାନରେ ରହିଛି । ଲାଗୁଛି ଛତିଶଗଡ଼ ଓ ରାଜସ୍ଥାନ ମଧ୍ୟରେ କେଉଁଠି ଅଧିକ ଲୁଟ୍‌ ଓ ହତ୍ୟା ହେଉଛି ତାହାକୁ ନେଇ ପ୍ରତିଯୋଗିତା ଚାଲିଛି । ଛତିଶଗଡରେ ବିକାଶ କେବଳ ପୋଷ୍ଟର ବ୍ୟାନରେ ଦେଖାଯାଏ ନଚେତ କଂଗ୍ରେସର ପକେଟରେ ଦେଖା ଦିଏ । କଂଗ୍ରେସ କେବଳ ଛତିଶଗଡ଼ରୁ ମିଛ ପ୍ରଚାର ଓ ଦୁର୍ନୀତଖୋର ସରକାର ଦେଇଛି ।"

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ପ୍ରକାଶ ଥାଉ କି ବିଧାନସଭା ନିର୍ବାଚନ ହେବାକୁ ଥିବା 7ଟି ରାଜ୍ୟ ଗସ୍ତ କରିବାକୁ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି(ସୋମବାର) ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିଥିଲେ । ଦୁଇ ରାଜ୍ୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ବୋଧିତ କରିଥିଲେ । ଆଜି ଛତିଶଗଡ଼ ପରେ ଅପରାହ୍ନ 3ଟାରେ ତେଲେଙ୍ଗାନା ଗସ୍ତ କରିବେ । ଗତ ଦୁଇ ଦିନରେ 2ଥର ତେଲେଙ୍ଗାନା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details