ନୂଆଦିଲ୍ଲୀ: ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଜୁଲାଇ 14 ତାରିଖରେ ଉତ୍ତର ପ୍ରଦେଶ ଗସ୍ତ କରିବେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ପରଖିବେ ପ୍ରିୟାଙ୍କା ଗାନ୍ଧୀ ।
ଲକ୍ଷ୍ନୌ ଗସ୍ତ କରି ସମସ୍ତ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ରଣନୀତି ବିଷୟରେ ଆଲୋଚନା କରିବେ । ଏହାକୁ ନେଇ ଏକ ସ୍ବତନ୍ତ୍ର ବୈଠକ କରିବେ କରିବେ ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ ସେ ବିଭିନ୍ନ ଚାଷୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ଖାଲି ସେତିକି ନୁହେଁ ଲକ୍ଷ୍ନୌରେ ଥିବା ବିଭିନ୍ନ ଯୁବଗୋଷ୍ଠୀଙ୍କୁ ଭେଟିବେ ପ୍ରିୟଙ୍କା। ଯୁବଗୋଷ୍ଠୀଙ୍କ ସହ ବିଗତ ବର୍ଷରେ ବଢ଼ିଥିବା ବେକାରୀ ସମସ୍ୟା ବିଷୟରେ ଆଲୋଚନା କରିବେ ପ୍ରିୟଙ୍କା । ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କୌଣସି ଢିଲା ଦେବାକୁ ଚାହୁଁନାହିଁ ଜାତୀୟ କଂଗ୍ରେସ । ଏଥିପାଇଁ ସାଧାରଣ ସମ୍ପାଦିକାଙ୍କ ଲମ୍ବା କାର୍ଯ୍ୟକ୍ରମ ଚିଠା ପ୍ରସ୍ତୁତ କରାଯାଇଛି ।