ଓଡିଶା

odisha

ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର ଡର: କଂଗ୍ରେସ କ୍ୟାମ୍ପ ଛାନିଆ, ସାହା ହେବେ କି ଶିବକୁମାର !

By ETV Bharat Odisha Team

Published : Dec 2, 2023, 5:21 PM IST

Congress 'Horse trading' : 4 ରାଜ୍ୟରେ ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର । କଂଗ୍ରେସ କ୍ୟାମ୍ପ ଛାନିଆ । ଦଳକୁ ଘାରିଛି ବିଧାୟକମାନଙ୍କ ସୁରକ୍ଷା ଚିନ୍ତା । ବେଙ୍ଗାଲୁରୁରେ ହୋଟେଲ ବୁକ୍ ! କଂଗ୍ରେସକୁ ସାହା ହେବେ କି କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ! ଅଧିକ ପଢ଼ନ୍ତୁ,

ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର ଡର : କଂଗ୍ରେସ କ୍ୟାମ୍ପ ଛାନିଆ, ସାହା ହେବେ କି ଶିବକୁମାର !
ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର ଡର : କଂଗ୍ରେସ କ୍ୟାମ୍ପ ଛାନିଆ, ସାହା ହେବେ କି ଶିବକୁମାର !

ହାଇଦ୍ରାବାଦ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନାରେ ରବିବାର(ଡିସେମ୍ବର 3ରେ) ବିଧାନସଭା ନିର୍ବାଚନ ଫଳାଫଳ। ଫଳ ବାହାରିବା ପୂର୍ବରୁ ଏବେ ରାଜନୈତିକ ଦଳଗୁଡ଼ିକୁ ଘାରିଛି ଘୋଡ଼ା ବେପାର ଡର। ବିଶେଷ କରି କଂଗ୍ରେସ କ୍ୟାମ୍ପରେ ପଶିଛି ଛାନିଆ । 2018ରେ ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରେ କଂଗ୍ରେସକୁ ଗ୍ରାସି ଥିଲା ଦଳବଦଳ । ସେହି ଭୟ 2023 ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପୁ୍‌ଣି ଥରେ ସୃଷ୍ଟି ହୋଇଛି । ଦଳବଦଳରେ ବ୍ରେକ୍ ଲଗାଇବାକୁ ଗ୍ରାଣ୍ଡ ଓଲ୍ଡ ପାର୍ଟି ପ୍ରୟାସ କରୁଥିବା ବେଳେ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବବିଜୟ ସିଂହ ଦେଇଛନ୍ତି ବିବାଦୀୟ ବୟାନ ।

ରବିବାର ଆସୁଛି 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଏହାର ଠିକ୍ ପୂର୍ବରୁ ପୁଣି ଥରେ ଜୋର ଧରିଛି ଘୋଡ଼ା ବେପାର । ଅର୍ଥାତ ବିଧାୟକମାନଙ୍କର ଦଳ ବଦଳ ଆଶଙ୍କା । ଚର୍ଚ୍ଚା ହେଉଛି ଯେ, କଂଗ୍ରେସ ବିଧାୟକମାନଙ୍କୁ ରଖିବା ପାଇଁ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବୁକ୍ ହୋଇଛି ପଞ୍ଚ ତାରକା ହୋଟେଲ ଏବଂ ରିସୋର୍ଟ । ଏହାମଧ୍ୟ ଚର୍ଚ୍ଚା ହେଉଛି, ଯେ 5ଟି ଯାକ ରାଜ୍ୟରେ କଂଗ୍ରେସର ବିଜୟୀ ବିଧାୟକମାନଙ୍କୁ ଦଳ ବଦଳରୁ ବଞ୍ଚାଇବା ଦାୟିତ୍ବ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ ଦିଆଯାଇଛି । ତେବେ ଶିବକୁମାର ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ତେବେ ଶିବକୁମାର ଏହା ମଧ୍ୟ କହିଛନ୍ତି ଯେ, ଦଳ ତାଙ୍କୁ ଯେତେ ବେଳେ ଯେଉଁ ଦାୟିତ୍ବ ଦେବେ, ସେ ତାକୁ ସଠିକ ଭାବେ ଅନୁପାଳନ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ନିଜର ଆକଳନ କହୁଛି କଂଗ୍ରେସ ପାର୍ଟି ସବୁ ରାଜ୍ୟରେ ସରକାର ଗଢ଼ିବ ।

ଏହା ମଧ୍ୟ ପଢ଼ନ୍ତୁୁ: ରାଜସ୍ଥାନ ରେଜଲ୍ଟ ଆସିବା ପୂର୍ବରୁ ବାଲାଜୀ ମନ୍ଦିରରେ ବସୁନ୍ଧରା ରାଜେ, ବିଜେପିର ବିଜୟ କାମନା କରି କଲେ ପୂଜାର୍ଚ୍ଚନା

2017 ମିସିହାର ଉଦାହରଣ ଦେଇଛନ୍ତି ଶିବକୁମାର । ସେ କହିଛନ୍ତି ଯେ, ଗୁଜରାଟରେ 2017ରେ ରାଜ୍ୟସଭା ନିର୍ବାଚନ ସମୟରେ, 44 ଜଣ କଂଗ୍ରେସ ବିଧାୟକଙ୍କୁ (କ୍ରସ୍ ଭୋଟିଂ) ଘୋଡ଼ା ବେପାରରୁ ରକ୍ଷା ପାଇଁ ହାଇକମାଣ୍ଡ ତାଙ୍କୁ ଦାୟିତ୍ବ ଦେଇଥିଲେ । ସେତେବେଳେ ସେ ସୁଚାରୁରୂପେ ଏହି ଦାୟିତ୍ବ ତୁଲାଇଥିଲେ। ମାତ୍ରେ ବର୍ତ୍ତମାନ ସେଭଳି ସ୍ଥିତି ନାହିଁ । ଏବେ କୌଣସି କଂଗ୍ରେସ ବିଧାୟକ ଦଳ ବଦଳ କରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି ଶିବକୁମାର ।

ଏହା ମଧ୍ୟ ପଢ଼ନ୍ତୁ: ସେମିଫାଇନାଲ ଫାଇଟ: 3ରେ 5 ରାଜ୍ୟର ଜନାଦେଶ, ମୋଦି ଏବଂ ରାହୁଲଙ୍କ ପାଇଁ ଏସିଡ୍ ଟେଷ୍ଟ

ତେଲେଙ୍ଗାନାରେ ଘୋଡ଼ା ବେପାରର ଗନ୍ଧ ବାରିଛନ୍ତି ଶିବକୁମାର । ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା କିଛି କଂଗ୍ରେସ ପ୍ରାର୍ଥୀଙ୍କ ସହ ଅନ୍ୟ ଦଳ ସଂପର୍କ ରଖିବାକୁ ଚେଷ୍ଟା କରୁଥିବା ଖବର ମିଳୁଛି। ତେବେ ତେଲେଙ୍ଗାନା କଂଗ୍ରେସ ସଂଗଠନ ଏହାକୁ ନିଜ ସ୍ତରରେ ମ୍ୟାନେଜ କରିବାକୁ ସକ୍ଷମ ।

ସେପଟେ ମଧ୍ୟପ୍ରଦେଶରେ ଏଥର ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ, ଘୋଡ଼ା ବେପାର କଥା ଚର୍ଚ୍ଚା ହେଉଛି। ତେବେ ଏହାକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଦିଗବିଜୟ ସିଂହ । ସେ କହିଛନ୍ତି ଯେ, 'ବର୍ତ୍ତମାନ ଆମ ଦଳରେ ଆଉ ସିନ୍ଧିଆ ନାହାନ୍ତି କିମ୍ବା କୌଣସି ବିଶ୍ବାସ ଘାତକ ନାହାନ୍ତି'। ତେଣୁ ମଧ୍ୟପ୍ରଦେଶ କଂଗ୍ରେସରେ ଦଳବଦଳ ହେବାର କୌଣସି ସମ୍ଭାବନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details