ହାଇଦ୍ରାବାଦ:ଆସନ୍ତା ୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟରେ ବର୍ଷୁଛି ମାଳମାଳ ପ୍ରତିଶ୍ରୁତି । ଯେନତେନ ପ୍ରକାର ଭୋଟ୍ ହାତେଇବାକୁ ଜୋରଦାର ପ୍ରଚାର କରୁଛନ୍ତି ରାଜନୈତିକ ଦଳ । କଂଗ୍ରେସ ମଧ୍ୟ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଧରି ତେଲେଙ୍ଗାନାବାସୀଙ୍କ ପାଖକୁ ଆସିଛି, ଯେଉଁଥିରେ ନବଜାତ ଶିଶୁକନ୍ୟାଙ୍କ ପାଇଁ 'ଗୋଲ୍ଡେନ ମଦର' ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ଯୁବତୀଙ୍କୁ ବିବାହ କାଳୀନ ସହାୟତା ଆଦି ଅନ୍ତର୍ଭୁକ୍ତ ରହିଛି । ତେଲେଙ୍ଗାନା ପାଇଁ କଂଗ୍ରେସ ଦଳ ଜାରି କରିବାକୁ ଥିବା ଏହି ନିର୍ବାଚନୀ ଇସ୍ତାହାର ବା ଘୋଷଣାପତ୍ରର ଏକ କପି ଇଟିଭି ଭାରତ ହାତରେ ଲାଗିଛି ।
କଲେଜ ଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଟି: ଘୋଷଣାପତ୍ର ଅନୁସାରେ, କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ଯୁବତୀଙ୍କୁ ବିବାହ କାଳୀନ ସହାୟତା ମିଳିବ । ବିବାହ ସମୟରେ ଯୁବତୀମାନଙ୍କୁ ୧ ଲକ୍ଷ ନଗଦ ଟଙ୍କା ସହିତ ୧୦ ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରାଯିବ । ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ସ୍କୁଟି ଦିଆଯିବ । କୃଷି କାର୍ଯ୍ୟ ପାଇଁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ । ୬ ମାସ ମଧ୍ୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବ । ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ଶହୀଦଙ୍କ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ ସହିତ ପରିବାରର ଜଣକୁ ସରକାରୀ ଚାକିରି ମିଳିବ । ସାମାଜିକ କର୍ମୀଙ୍କ ବିରୋଧରେ ଥିବା ଗୋଟିଏ ମାମଲା ରବ୍ଦ କରାଯିବ ।
ଏହା ମଧ୍ୟ ପଢନ୍ତୁ: ଛତିଶଗଡ ଓ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ; ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର