ଓଡିଶା

odisha

ETV Bharat / bharat

କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରଙ୍କ ଆବଶ୍ୟକତା ନାହିଁ: ପିକେ - ପ୍ରଶାନ୍ତ କିଶୋର ଖବର

ଲାଲୁ ଏବଂ ନୀତିଶଙ୍କ ଶାସନର ୩୦ ବର୍ଷ ପରେ ମଧ୍ୟ ବିହାର ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ ରହିଛି । ବିହାର ବିକାଶର ପାରାମିଟରରେ ପଛରେ ରହିଛି ରହିଲେ ପ୍ରଶାନ୍ତ କିଶୋର । ଅଧିକ ପଢନ୍ତୁ

କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରର ଆବଶ୍ୟକତା ନାହିଁ
କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରର ଆବଶ୍ୟକତା ନାହିଁ

By

Published : May 5, 2022, 1:37 PM IST

ପାଟନା:ନିକଟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ସେଥିରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ପରେ ଟ୍ବିଟ୍‌ କରି ନୂଆ ଏକ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ସଙ୍କେତ ଦେଇଥିଲେ ପ୍ରଶାନ୍ତ କିଶୋର । ଆଜି (ଗୁରୁବାର) ବିହାର ରାଜଧାନୀ ପାଟନାର ଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିହାରର ବିକାଶରେ ନୂଆ ଚିନ୍ତାଧାରା ଓ ପ୍ରୟାସ ବିଷୟରେ କହିଛନ୍ତି । କଂଗ୍ରେସ ସହ ମିଶିବା ନେଇ ଚର୍ଚ୍ଚାକୁ ନେଇ ପିକେ କହିଛନ୍ତି କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରର ଆବଶ୍ୟକତା ନାହିଁ ।

ସେ କହିଛନ୍ତି, ନୂତନ ଚିନ୍ତାଧାରା ସହିତ ବିହାରକୁ ପରିବର୍ତ୍ତନ କରିବାକୁ ପଡିବ । ବିହାର ବିକାଶ ପାଇଁ ନୂଆ ନୀତି ଆବଶ୍ୟକ । ଯଦି ଆବଶ୍ୟକ ପଡେ ତେବେ ରାଜନୈତିକ ଦଳ ଗଠନ କରାଯିବ । ଏହା କେବଳ ମୋର ନୁହେଁ ସମସ୍ତଙ୍କ ଦଳ ହେବ ବୋଲି କହିଛନ୍ତି ପିକେ । 'ଜନ ସୁରାଜ' ପାଇଁ କିଛି ଭଲ ଯୋଜନା ଦେଉଥିବା ବ୍ୟକ୍ତିଙ୍କୁ ଭେଟିବି । ଆସନ୍ତା 3ରୁ 4 ମାସ ଭିତରେ ପ୍ରଶାନ୍ତ କିଶୋର ୩ ହଜାର କିଲୋମିଟର ପଦଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି । ଯାହା ଅକ୍ଟୋବର ୨ରୁ ଗାନ୍ଧୀ ଆଶ୍ରମ ପଶ୍ଚିମ ଚମ୍ପାରଣରୁ ଆରମ୍ଭ ହେବ ।

ଲାଲୁ ଏବଂ ନୀତିଶଙ୍କ ଶାସନର ୩୦ ବର୍ଷ ପରେ ମଧ୍ୟ ବିହାର ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ ରହିଛି । ବିହାର ବିକାଶର ପାରାମିଟରରେ ପଛରେ ରହିଛି । ଯଦି ବିହାର ଆଗାମୀ ସମୟରେ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ଚାହୁଁଛି, ତେବେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।

କଂଗ୍ରେସକୁ ନେଇ ପିକେ କହିଛନ୍ତି, ''କଂଗ୍ରେସ କିପରି ଆଗକୁ ଯିବ ତାହା ମୁଁ ନୁହେଁ କଂଗ୍ରେସ ନିଷ୍ପତ୍ତି ନେବ । ସେମାନେ ଯାହା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବୋଲି ଭାବିଲେ ସମାନେ ନେଲେ । କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରଙ୍କ ଦରକାର ନାହିଁ । ଦଳରେ ବହୁତ ଦକ୍ଷ ଲୋକ ଅଛନ୍ତି । ସେମାନେ କ'ଣ କରିବେ ସେମାନେ ଜାଣନ୍ତି ବୋଲି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details