ଓଡିଶା

odisha

By

Published : May 30, 2023, 1:04 PM IST

ETV Bharat / bharat

Manipur Violence: ମଲ୍ଲିକାର୍ଜୁନଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧିନ ଦଳ

ମଣିପୁର ହିଂସାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବାଧୀନ ଏକ ପ୍ରତିନିଧିନ ଦଳ ଆଜି ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

Manipur Violence
ମଲ୍ଲିକାର୍ଜୁନଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧିନ ଦଳ

ନୂଆଦିଲ୍ଲୀ: ମଣିପୁରରେ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ମେ 3ରୁ ହିଂସା ଜାରି ରହିଛି । ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 2ଦିନ ତଳେ ଟାର୍ଗେଟ କରିଥିଲା କଂଗ୍ରେସ । ଆଜି ମଣିପୁର ହିଂସାକୁ ନେଇ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଛି କଂଗ୍ରେସ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ନେତୃତ୍ବାଧୀନରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କ ସୂଚନା ଅନୁସାରେ, ମଣିପୁର ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ମଣିପୁର ହିଂସାର 25 ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇମ୍ଫାଲ ଗସ୍ତ କରିଛନ୍ତି । ରବିବାରଠୁ ପୁଣି ସେଠାରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଅନୁଚ୍ଛେଦ 355 ଲାଗୁ କରିବା ବଦଳରେ ରାଜ୍ୟରେ ଆଇନ ବ୍ୟବସ୍ଥା ଏବଂ ପ୍ରଶାସନ ପଦକ୍ଷେପ ଗ୍ରହଣରେ ଅବବ୍ୟବସ୍ଥା ଦେଖିବାକୁ ମିଳିଛି । ଅଶାନ୍ତ ମଣିପୁରରେ ସ୍ଥିତି ସୁଧାରିବାକୁ ନେଇ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ମଣିପୁର ସ୍ଥିତିକୁ ନେଇ 12ଟି ଦାବି କରିଛି କଂଗ୍ରେସ । ସେଥିରୁ ଗୋଟିଏ ହେଉଛି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚଟାରପତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟଦ ତଦନ୍ତ ଦାବି ହୋଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ ଜୟୀରାମ ରମେଶ ।

ମଣିପୁର ସ୍ଥିତିକୁ ନେଇ ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କଂଗ୍ରେସ କହିଥିଲା,'' ମଣିପୁରରେ ସ୍ଥିତି ସଙ୍ଗୀନ ଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ରାଜ୍ୟଭିଷେକ କରୁଛନ୍ତି । ତାଙ୍କ ପକ୍ଷରୁ ଶାନ୍ତି ନେଇ ଗୋଟିଏ ବି ଅପିଲ କରାଯାଇନାହିଁ ନା ସମୁଦାୟ ମଧ୍ୟରେ ବିଶ୍ବାସ ଜାଗରଣ କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇଛି ।''

26 ଦିନ ଧରି ଚାଲିଥିବା ସ୍ଥିତିକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ରବିବାର ମଣିପୁର ସ୍ଥିତି ନେଇ ସୂଚନା ଦେଇ କହିଛନ୍ତି, "ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅଭିଯାନ ଆରମ୍ଭ ହେବା ପରେ ପୋଲିସ 40 ଉଗ୍ରପନ୍ଥୀଙ୍କୁ ନିପାତ କରିଛି । ଏମାନେ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବା ଘରେ ନିଆଁ ଲଗାଉଥିଲେ । ସେମାନଙ୍କ ବିରୋଧରେ ତଥ୍ୟ ହାସଲ କରି ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଛି ।"

ପ୍ରକାଶଥାଉ କି, ଚଳିତ ମାସ 3 ତାରିଖରୁ ଆଶାନ୍ତ ହୋଇଛି ମଣିପୁର । ଗତକାଲି(ସୋମବାର) ପୁଣି ହିଂସା ତେଜିବାରେ ଲାଗିଛି । ରାଜଧାନୀ ଇମ୍ପାଲସ୍ଥିତ ସେରୌ ଓ ସୁଗନୁ ଅଞ୍ଚଳକରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ପୋଲିସ କର୍ମୀଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମଣିପୁରରେ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ସିଂରକ୍ଷଣକୁ ନେଇ ଉପୁଜିଥିବା ହିଂସାକାଣ୍ଡରେ ରାଜ୍ୟରେ ଏଯାବତ 75ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହିଂସା ପାଇଁ ରାଜ୍ୟରେ ମେ 31 ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିଛି । ମଣିପୁରରର କେତେକ ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି ।

ABOUT THE AUTHOR

...view details