ଓଡିଶା

odisha

By

Published : Oct 9, 2021, 9:18 PM IST

ETV Bharat / bharat

ଲଖିମପୁର ଖେରୀ ହିଂସା: ସୋମବାର ଦେଶବ୍ୟାପୀ ମୌନବ୍ରତ ପାଳିବ କଂଗ୍ରେସ

ଲଖିମପୁର ଖେରୀରେ ଘଟିଥିବା ହିଂସା ପ୍ରତିବାଦରେ ଦେଶବ୍ୟାପୀ ମୌନବ୍ରତ ପାଳିବ କଂଗ୍ରେସ । ଅଧିକ ପଢନ୍ତୁ...

ଲଖୀମପୁର ଖେରୀ ହିଂସା : ଦେଶବ୍ୟାପୀ ମୌନବ୍ରତ ପାଳିବ କଂଗ୍ରେସ
ଲଖୀମପୁର ଖେରୀ ହିଂସା : ଦେଶବ୍ୟାପୀ ମୌନବ୍ରତ ପାଳିବ କଂଗ୍ରେସ

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ହିଂସା ପ୍ରତିବାଦରେ ଦେଶବ୍ୟାପୀ ଭିନ୍ନ ଢଙ୍ଗରେ ପ୍ରତିବାଦ କରିବ କଂଗ୍ରେସ । ପ୍ରତି ରାଜ୍ୟ ମୁଖ୍ୟାଳୟରେ ସୋମବାର ମୌନବ୍ରତ ପାଳନ କରିବକୁ ଦଳ ନିଷ୍ପତ୍ତି ନେଇଛି । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ଏକ ପ୍ରେସବାର୍ତ୍ତା ଜାରି କରି ସୂଚନା ଦେଇଥିବା ଦେଖିବାକୁ ମିଳିଛି ।

ଦଳ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଆଧାରରେ,୧୧ ତାରିଖ ସୋମବାର ପ୍ରତ୍ୟେକ ରାଜ୍ୟ କଂଗ୍ରେସ କର୍ମକର୍ତ୍ତା ରାଜଭବନ କିମ୍ବା କେନ୍ଦ୍ର ସରକାରଙ୍କ ଯେକୌଣସି କାର୍ଯ୍ୟାଳୟ ସାମ୍ନାରେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୧ ଯାଏ ମୌନବ୍ରତ ପାଳନ କରିବା ସହ ଘଟଣାରେ ସମ୍ପୃକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ ସାଂସଦ ଓ ରାଜ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତାଙ୍କୁ ଏହି ମୌନ ପ୍ରତିବାଦରେ ସାମିଲ ହୋଇ ଅଂଶ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି AICC ।

କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ନିଜେ ଗାଡି ଚଳାଉ ଥିବାବେଳେ ନିରୀହ ଆନ୍ଦୋଳନରତ ଚାଷୀଙ୍କ ଉପରେ ଚଢାଇ ହତ୍ୟା କରିଛନ୍ତି । ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟଚାଷୀମାନେ ମଧ୍ୟ ପ୍ରତ୍ୟେକ୍ଷ ସାକ୍ଷୀ ଥିବା କହିଛି ଦଳ । ଏ ସମସ୍ତ ଘଟଣା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details