ଓଡିଶା

odisha

By

Published : Mar 10, 2022, 12:29 PM IST

ETV Bharat / bharat

Uttarakhand Assembly: ସରିନି ଭୋଟ ଗଣନା, ବିଜୟ ଖୁସି ମନାଇଲା କଂଗ୍ରେସ

ଉତ୍ତରାଖଣ୍ଡରେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଶେଷ ହୋଇଛି । EVMରେ ଭୋଟ ଗଣତି ଜାରିଥିବା ବେଳେ ରାଜ୍ୟରେ ନୂଆ ସରକାର ଗଠନ କରିବ ବୋଲି ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

Uttarakhand Assembly: ସରିନି ଭୋଟ ଗଣନା, ବିଜୟର ଖୁସି ପାଳିଲା କଂଗ୍ରେସ
Uttarakhand Assembly: ସରିନି ଭୋଟ ଗଣନା, ବିଜୟର ଖୁସି ପାଳିଲା କଂଗ୍ରେସ

ଡେରାଡୁନ:ଉତ୍ତରପ୍ରଦେଶର ସମସ୍ତ 13 ଟି ଜିଲ୍ଲାରେ ଭୋଟ ଗଣନା ଜାରି ରହିଛି । ଭୋଟ ଗଣତି ଶେଷ ହୋଇନଥିବା ବେଳେ ଡେରାଡୁନରେ ଥିବା କଂଗ୍ରେସର ଯୁଦ୍ଧ ରୁମରେ ହଲଚଲ ଦେଖିବାକୁ ମିଳିଛି । କଂଗ୍ରେସ ନେତାମାନେ ଏଠାରେ ବିଜୟକୁ ନେଇ ଖୁସି ମନାଇଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଡିଏମ ଡ.ରାଜେଶ କୁମାର ଭୋଟ ଗଣନାର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି ।

ଭୋଟ ଗଣତି ପାଇଁ କଂଗ୍ରେସ ରାଜପୁର ରାସ୍ତାରେ କଂଗ୍ରେସ ଭବନରେ ଏକ ଯୁଦ୍ଧ କୋଠରୀ ନିର୍ମାଣ କରିଛି । ଏଠାରେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ସମସ୍ତ କର୍ମୀ ସେମାନଙ୍କର ଦାୟିତ୍ବ ଅନୁଯାୟୀ ଭୋଟ୍ ଗଣନା ବିଷୟରେ ସୂଚନା ନେଉଛନ୍ତି । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଦେବେନ୍ଦ୍ର ଯାଦବଙ୍କ ସମେତ କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କଂଗ୍ରେସ ଯୁଦ୍ଧ ପ୍ରକୋଷ୍ଠର ଯାଞ୍ଚ କରିଛନ୍ତି ।

ଏହି ଅବସରରେ କଂଗ୍ରେସ କର୍ମୀମାନେ ଯୁଦ୍ଧ ପ୍ରକୋଷ୍ଠରେ ଶଙ୍ଖ ବଜାଇ ବିଜୟ ଖୁସି ପାଳୁଥିବା ଦେଖିବାକୁ ମିଳିଛି । ଏବେ ରାଜ୍ୟରେ କଂଗ୍ରେସର ବିଜୟ ନିଶ୍ଚିତ ବୋଲି ଦଳର ନେତାମାନେ କହିଛନ୍ତି ।

କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ କହିଛନ୍ତି ଯେ ଆଜି ମନ୍ଦିରରୁ ଶୁଭାରମ୍ଭ ହୋଇଛି । ଯେଉଁ ଭାବରେ ଖବର ଆସୁଛି ସେଥିରୁ ସ୍ପଷ୍ଟ ଯେ ଉତ୍ତରାଖଣ୍ଡରେ କଂଗ୍ରେସ ବିଜୟୀ ଲାଭ କରିବାକୁ ଯାଉଛି । କଂଗ୍ରେସ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବ । ସେପଟେ ରାଜ୍ୟରେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଶେଷ ହୋଇଥିବା ବେଳେ EVMରେ ଭୋଟ ଗଣତି ଜାରି ରହିଛି ।

ABOUT THE AUTHOR

...view details