ଓଡିଶା

odisha

ETV Bharat / bharat

ତେଲ ଦରରେ ଲାଗିଛି ନିଆଁ, ମୋଦିଙ୍କୁ ଚିଠି ଲେଖିଲେ ସୋନିଆ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହେତୁକ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

ତେଲ ଦରରେ ଲାଗିଛି ନିଆଁ, ମୋଦିଙ୍କୁ ଚିଠି ଲେଖିଲେ ସୋନିଆ
ତେଲ ଦରରେ ଲାଗିଛି ନିଆଁ, ମୋଦିଙ୍କୁ ଚିଠି ଲେଖିଲେ ସୋନିଆ

By

Published : Feb 21, 2021, 7:16 PM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିଚାଲିଛି ତୈଳଦର । କିଛି ସ୍ଥାନରେ ଶହେ ଟଙ୍କା ଛୁଇଁ ସାରିଲାଣି ପେଟ୍ରୋଲ । ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ପକେଟ ଉପରେ ପଡିବାକୁ ଲଗିଲାଣି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବାକୁ ସୁଯୋଗ ଖୋଜୁଥିବା ବିରୋଧୀଙ୍କୁ ଆହୁରି ଟାର୍ଗେଟ କରିବା ପାଇଁ ଦର ବୃଦ୍ଧି ଯୋଗାଉଛି ଇନ୍ଧନ । ତେବେ ଅହେତୁକ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ତେଲ ଦରରେ ଲାଗିଛି ନିଆଁ, ମୋଦିଙ୍କୁ ଚିଠି ଲେଖିଲେ ସୋନିଆ

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତି । ଏହାସହ ଆମ ମଧ୍ୟବିତ୍ତ, ଚାଷୀ ଓ ଗରିବଙ୍କୁ ଲାଭ ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ସୋନିଆ ।

ସେପଟେ କ୍ରମାଗତ ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ତୈଳଦର ବୃଦ୍ଧି ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମିଛି ତୈଳ ଉତ୍ପାଦନ । ଏହା ସହ ଉତ୍ପାଦକ ଦେଶଗୁଡିକ ଲାଭ ପାଇବାକୁ କମ ତେଲ ଉତ୍ପାଦନ କରୁଛନ୍ତି । ଏହା ଦ୍ବାରା ଉପଭୋକ୍ତା ଦେଶଗୁଡିକ ପ୍ରଭାବିତ ହେଉଥିବା କହିଛନ୍ତି ଧର୍ମେନ୍ଦ୍ର । ଏହାସହ ମହାମାରୀ କୋରୋନା ସମୟରେ ଆମେ ଅନେକ ବିକାଶ କାର୍ଯ୍ୟ ସରକାର କରିଛନ୍ତି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ଆଦାୟ କରନ୍ତି । ବିକାଶ କାର୍ଯ୍ୟରେ ଅଧିକ ଖର୍ଚ୍ଚ ନିଯୁକ୍ତି ସୃଷ୍ଟି କରିବ । ସରକାର ନିବେଶରେ ବୃଦ୍ଧି କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ABOUT THE AUTHOR

...view details