ଓଡିଶା

odisha

ETV Bharat / bharat

ସୋନିଆଙ୍କୁ ଦିଲ୍ଲୀ ମନା, ରାହୁଲଙ୍କ ସହ ଗଲେ ଗୋଆ - ଖୁବ୍ ଶୀଘ୍ର ଦିଲ୍ଲୀ ଛାଡିବେ ସୋନିଆ

କଂଗ୍ରେସ ପାର୍ଟି ସୂତ୍ର ଅନୁଯାୟୀ, ଦିଲ୍ଲୀର ଭୟଙ୍କର ପ୍ରଦୂଷଣରୁ ବର୍ତ୍ତିବା ପାଇଁ ସୋନିଆ କିଛି ଦିନ ପାଇଁ ଗୋଆରେ ଛୁଟି କାଟିବେ । ଏହି ସମୟରେ ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋନିଆଙ୍କ ସହ ରହିବେ । ଅଧିକ ପଢନ୍ତୁ...

ଦିଲ୍ଲୀରେ ରହିପାରିବେନି କଂଗ୍ରେସ ସଭାପତି ସୋନିଆ, ଖୁବ୍ ଶୀଘ୍ର ଛାଡିବାକୁ ପରାମର୍ଶ
ଦିଲ୍ଲୀରେ ରହିପାରିବେନି କଂଗ୍ରେସ ସଭାପତି ସୋନିଆ, ଖୁବ୍ ଶୀଘ୍ର ଛାଡିବାକୁ ପରାମର୍ଶ

By

Published : Nov 20, 2020, 4:32 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଛାଡିବେ କଂଗ୍ରେସ ଅଧକ୍ଷା ସୋନିଆ । କିଛି ଦିନ ପାଇଁ ଏହି ସହର ଛାଡିବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଛାତି ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଦୂଷଣକୁ ଏଡାଇବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ କିଛି ଦିନ ସହର ଛାଡିବାକୁ ପରାମର୍ଶ ଦିଆଯାଇଛି ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ମିଳିଥିବା ଖବର ଅନୁସାରେ ସୋନିଆ କିଛି ଦିନ ପାଇଁ ଗୋଆରେ ରହିବେ ।

ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ସେ ରାହୁଲ ଗାନ୍ଧୀଙ୍କ ସହ ପାଣାଜୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଅଗଷ୍ଟରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସୋନିଆ ଚିକିତ୍ସାରେ ରହିଛନ୍ତି । ତେବେ ଦିଲ୍ଲୀର ପ୍ରବଳ ପ୍ରଦୂଷଣ ହେତୁ ତାଙ୍କ ଛାତି ସଂକ୍ରମଣକୁ ନେଇ ଡାକ୍ତରମାନେ ଚିନ୍ତିତ ଥିବା ସୂଚନା ମିଳିଛି।

ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁଁ ତାଙ୍କ ଶ୍ବାସଜନିତ ସମସ୍ୟାକୁ ଆହୁରି ବଢାଇ ଦେଇଛି ଏବଂ ଡାକ୍ତରମାନେ ତାଙ୍କୁ ଏଠାରୁ କିଛିଦିନ ପାଇଁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ଜୁଲାଇ 30 ସନ୍ଧ୍ୟାରେ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେପ୍ଟେମ୍ବର 12 ରେ, ସେ ତାଙ୍କର ରୁଟିନ ଚେକଅପ୍ ପାଇଁ ବିଦେଶ ଯାଇଥିଲେ ଏବଂ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ତାଙ୍କ ସହିତ ଥିଲେ ।

ସେପ୍ଟେମ୍ବର 14 ରୁ 23 ପର୍ଯ୍ୟନ୍ତ ମହାମାରୀ ସମୟରେ ସ୍ୱତନ୍ତ୍ର ପରିସ୍ଥିତିରେ ଅନୁଷ୍ଠିତ ସଂସଦର ମୌସୁମୀ ଅଧିବେଶନରେ ରାହୁଲ ଓ ସୋନିଆ ଅନୁପସ୍ଥିତ ଥିଲେ। ଗତ ବର୍ଷ ଜାନୁଆରୀରେ କଂଗ୍ରେସ ସଭାପତି କିଛି ସମୟ ପାଇଁ ଗୋଆକୁ ଯାଇଥିଲେ ଯେଉଁଠାରେ ସାଇକେଲ ଚଳାଇବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ABOUT THE AUTHOR

...view details