ନୂଆଦିଲ୍ଲୀ:ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ନିର୍ଦ୍ଧାରିତ ସମୟର ମାତ୍ର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ଅଧିବେଶନ । ଅଧିବେଶନ ଶେଷ ହେବା ପରେ ସୌଜନ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଭିନ୍ନ ବିରୋଧୀ ଦଳ । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିରୋଧୀ ଦଳ ନେତା ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ ।
ସରିଲା ବଜେଟ ଅଧିବେଶନ, ମୋଦିଙ୍କୁ ଭେଟିଲେ ସୋନିଆ ଓ ଅନ୍ୟ ବିରୋଧୀ
ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିରୋଧୀ । ଅଧିକ ପଢନ୍ତୁ
ସରିଲା ବଜେଟ ଅଧିବେଶନ, ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସୋନିଆ ଓ ଅନ୍ୟ ବିରୋଧୀ
ସେହିପରି କେବଳ ସୋନିଆ ନୁହନ୍ତି, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜିର ସାକ୍ଷାତକାର ପରେ ଟ୍ବିଟ କରି ଗୃହରେ ସମସ୍ତଙ୍କ ସହଯୋଗର ଭୂମିକା କଥା ଉଲ୍ଲେଖ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଗୃହର ସମ୍ମାନ ବୃଦ୍ଧି ତଥା ଫଳପ୍ରଦ ଆଲୋଚନା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ଓ ସମସ୍ତ ଦଳ ଏଥିରେ ସକ୍ରିୟ ସହଯୋଗ କରିବେ ବୋଲି ଆଶା କରୁଥିବା ନେଇ ବାଚସ୍ପତି ବିର୍ଲା ଟ୍ବିଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ