ଓଡିଶା

odisha

ETV Bharat / bharat

Congress Foundation Day: କେନ୍ଦ୍ର ସରକାରଙ୍କୁ ଖଡଗେଙ୍କ କଟାକ୍ଷ - ଅଖିଳ ଭାରତୀୟ କଂଗ୍ରେସ କମିଟି

ଆଜି 138ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ । ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Congress Foundation Day
କଂଗ୍ରେସ ପ୍ରତିଷ୍ଠା ଦିବସ

By

Published : Dec 28, 2022, 12:01 PM IST

ନୂଆଦିଲ୍ଲୀ: ଆଜି ଜାତୀୟ କଂଗ୍ରେସର 138ତମ ପ୍ରତିଷ୍ଠା ଦିବସ (Foundation Day of Congress) । 1885 ମସିହା 28 ଡିସେମ୍ବରରେ ଗୋକୁଲ ଦାସ ତେଜପାଲ ସଂସ୍କୃତ କଲେଜରେ କଂଗ୍ରେସ ଦଳର ପ୍ରତିଷ୍ଠା ହୋଇଥିଲା । ସେହିଦିନଠାରୁ ଆଜିର ଦିନରେ ଦଳ ପ୍ରତିଷ୍ଠା ଦିବସ ଭାବେ ପାଳନ କରି ଆସୁଛି । ଏହି ଅବସରରେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Bharat Jodo Yatra: କାଶ୍ମୀରରେ ସାମିଲ ହେବେ ମେହବୁବା

ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖଡଗେ କହିଛନ୍ତି, " ଦେଶର ମୌଳିକ ନୀତି ଉପରେ ଆକ୍ରମଣ ହେଉଛି । ସାରା ଦେଶରେ ଘୃଣାଭାବ ବ୍ୟାପିବାରେ ଲାଗିଛି । ମୁଦ୍ରାସ୍ଫୀତି, ବେରୋଜଗାରୀ ଫଳରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସକୁ ମଜଭୁତ କରିବାକୁ ହେଲେ ଦେଶର ଯୁବପିଢ଼ି, ମହିଳା, ବୁଦ୍ଧିଜୀବୀ ଏକାଠି ହେବାକୁ ପଡ଼ିବ । ଯାହା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଆରମ୍ଭ ହୋଇସାରିଛି । ଫଳରେ ପ୍ରତିଦ୍ବନ୍ଦୀ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ଏହି ଯାତ୍ରା ଜନସାଧାରଣଙ୍କୁ ସାମିଲ ହେବାକୁ ନିବେଦନ କରୁଛୁ ।" ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ମୁମ୍ବାଇ ଗସ୍ତରେ ଯିବେ । ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରିବେ ଖଡଗେ ।

ଏହା ମଧ୍ୟ ପଢ଼ନ୍ତୁ:କର୍ଣ୍ଣାଟକରେ ୧୯ ବିଦେଶ ଫେରନ୍ତା କୋରୋନା ସଂକ୍ରମିତ, ନୂଆ ଭାରିଏଣ୍ଟ ନେଇ ସରକାରଙ୍କ ଆଲର୍ଟ

ଗତ 25 ବର୍ଷ ମଧ୍ୟରେ ଦଳ ପ୍ରଥମ ଥର ପାଇଁ ଜଣେ ଅଣଗାନ୍ଧୀ ସଭାପତି ପାଇଛି । 1998ରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଦାୟିତ୍ବ ଦିଆଯାଇଥିଲା । 2017ରେ ପୁଅ ରାହୁଲ ଗାନ୍ଧୀ ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ 2019 ଲୋକସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେଇଥିଲେ । ରାହୁଲଙ୍କ ପରେ ପୁଣି ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଦାୟିତ୍ବରେ ରହିଥିଲେ । ଏହାପରେ ଚଳିତ ବର୍ଷ ଅକ୍ଟୋବରରେ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତ ଅକ୍ଟୋବର 17 ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡ୍‌ଗେ ସାଂସଦ ଶଶୀ ଥରୁରଙ୍କୁ ବିପୁଳ ଭୋଟରେ ହରାଇ ବାଜିମାତ୍ କରିଥିଲେ । ଏହାସହିତ 25 ବର୍ଷ ପରେ କଂଗ୍ରେସ ଜଣେ ଅଣଗାନ୍ଧୀ ସଭାପତି ପାଇଥିଲା । ଖଡ୍‌ଗେଙ୍କ ସପକ୍ଷରେ ମୋଟ 7,897 ଖଣ୍ଡ ଭୋଟ ପଡିଥିଲା । ଅନ୍ୟପକ୍ଷେ ଥରୁର ମାତ୍ର 1,072 ଖଣ୍ଡ ଭୋଟ ପାଇଥିଲ ।

ABOUT THE AUTHOR

...view details