ଓଡିଶା

odisha

ETV Bharat / bharat

‘ରାହୁଲ ଯଦି ଗୋଆର ପୋଲ ଇନଚାର୍ଜ ହେବେ କଂଗ୍ରେସର ପରାଜୟ ସୁନିଶ୍ଚିତ’ - କଂଗ୍ରେସ

ଗୋଆ ୟୁନିଟର ମୁଖ୍ୟ ସଦାନନ୍ଦ ଶେଟ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳ ଜିତିବ ନାହିଁ । ଅଧିକ ପଢନ୍ତୁ...

ଯଦି ରାହୁଲ ଗାନ୍ଧୀ ଗୋଆର ପୋଲ ଇନଚାର୍ଯ ହୁଅନ୍ତି ତେବେ କଂଗ୍ରେସ ହାରିଯିବ: ବିଜେପି ନେତା
ଯଦି ରାହୁଲ ଗାନ୍ଧୀ ଗୋଆର ପୋଲ ଇନଚାର୍ଯ ହୁଅନ୍ତି ତେବେ କଂଗ୍ରେସ ହାରିଯିବ: ବିଜେପି ନେତା

By

Published : Aug 13, 2021, 10:14 AM IST

ପାନାଜୀ:ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ୨୦୨୨ରେ ଦେଶରେ ୭ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଓ ଗୁଜୁରାଟରେରେ ହେବ ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈଟିକ ଦଳ ନିର୍ବାଚନ ଲଢିବା ପାଇଁ କସରତ ଆରମ୍ଭ କଲେଣି । ଏହାରି ମଧ୍ୟରେ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପି ଚିଦାମ୍ବରମଙ୍କୁ ଏହାର ବରିଷ୍ଠ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ କଂଗ୍ରେସ ନିଯୁକ୍ତ କରିଛି । ପି ଚିଦାମ୍ବରମଙ୍କୁ ନିଯୁକ୍ତ ପରେ ମୁହଁ ଖୋଲିଛି ବିଜେପି ।

ଗତକାଲି ବିଜେପିର ଗୋଆ ୟୁନିଟର ମୁଖ୍ୟ ସଦାନନ୍ଦ ଶେଟ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳ ଜିତିବ ନାହିଁ । ମୁଁ ଶୁଣିଛି ଯେ ନିର୍ବାଚନ ରଣନୀତି ସ୍ଥିର କରିବାକୁ କଂଗ୍ରେସ ଚିଦାମ୍ବରମଙ୍କୁ ଗୋଆର ଦାୟିତ୍ୱରେ ନିଯୁକ୍ତ କରିଛି । ଯଦିଓ ସେମାନେ ରାହୁଲ ଗାନ୍ଧୀଙ୍କୁ ଦାୟିତ୍ୱରେ ରଖନ୍ତି, ତେବେ ସେମାନେ ନିର୍ବାଚନରେ ​​ଜିତିବେ ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details