ଓଡିଶା

odisha

By ETV Bharat Odisha Team

Published : Sep 19, 2023, 8:45 PM IST

Updated : Sep 19, 2023, 9:14 PM IST

ETV Bharat / bharat

Canada vs India: କେନ୍ଦ୍ରକୁ କଂଗ୍ରେସର ସମର୍ଥନ, ଦେଶର ସ୍ବାର୍ଥ ସର୍ବୋପରି କହିଲା ଦଳ

କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର ନେଇ କେନ୍ଦ୍ରକୁ ସମର୍ଥନ କଲା କଂଗ୍ରେସ । ଦେଶର ସ୍ବାର୍ଥ ସବୁଠୁ ଉପରେ କହିଲେ ଜୟରାମ ରମେଶ । ଅଧିକ ପଢନ୍ତୁ

କେନ୍ଦ୍ରକୁ କଂଗ୍ରେସର ସମର୍ଥନ
କେନ୍ଦ୍ରକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ:ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । କାନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ ଯେସାକୁ ତେସା କରିଛି । ଭାରତରେ କାନାଡା ହାଇକମିଶନର ଥିବା କାରମେନ ମାକେଙ୍କୁ ୫ ଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ତେବେ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିଛି । ଦେଶର ସ୍ବାର୍ଥ ସବୁଠୁ ଉପରେ । ଆତଙ୍କବାଦ ବିରୋଧରେ ଦେଶ କରୁଥିବା ଲଢେଇରେ କେବେହେଲେ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାୟ ରମେଶ କହିଛନ୍ତି ।

ଜୟରାମ ରମେଶ ଆଜି(ମଙ୍ଗଳବାର) ଏକ୍ସ(ପୂର୍ବର ଟ୍ବିଟର)ରେ କହିଛନ୍ତି, ''ଜାତୀୟ କଂଗ୍ରେସ ସବୁବେଳେ ବିଶ୍ବାସ କରେ ଯେ ଆତଙ୍କବାଦ ବିରୋଧରେ ଦେଶ କରୁଥିବା ଲଢେଇରେ କେବେହେଲେ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ । ବିଶେଷକରି ଯେତେବେଳେ ଆତଙ୍କବାଦ ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରେ । ଆମ ପାଇଁ ଦେଶର ସ୍ବାର୍ଥ ଓ ଚିନ୍ତା ସବୁବେଳେ ସବୁଠୁ ଉପରେ ।''

ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ମନୁ ସିଂଘଭି କାନାଡା ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ଭାରତ ବିରୋଧୀ ପ୍ରଚାରକ ଭଳି ଜଷ୍ଟିନ ଟ୍ରୁଡୋ ଭାରତ ପାଇଁ ବିପଦଜନକ୍କ । ଟ୍ରୁଡୋ ପୃଥିବୀର ସବୁଠୁ ବଡ ଜୋକର । ନୂଆଦିଲ୍ଲୀ ସ୍ଥିତ କାନାଡା ହାଇକମିଶନରୁ ଭାରତ ତୁରନ୍ତ ସୁରକ୍ଷା ହ୍ରାସ କରିବା ଉଚିତ୍ । ଏହା ଅତ୍ୟନ୍ତ ଦୁଃଖଦାୟକ ।

ଏହାମଧ୍ୟ ପଢନ୍ତୁ: India Expels Canadian Diplomat: ଭାରତର କଡା ଜବାବ, କାନାଡା ହାଇ କମିଶନରଙ୍କୁ ସମନ ପରେ ସସ୍‌ପେଣ୍ଡ୍‌

ଏଠାରେ ଉଲ୍ଲେଖଯୋଗ୍ୟ, ଖଲିସ୍ତାନୀ ନେତା ନିଜ୍ଜାରଙ୍କୁ କାନାଡାରେ ଗୁରୁଦ୍ବାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଭାରତ ବିରୋଧରେ ଅଭିଯୋଗ ଆଣିଥିଲେ । କାନାଡରେ ହିଂସା ଘଟାଇବା ଓ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ସେ ଅଭିଯୋଗ କରିଥିଲେ । ଏଥିପାଇଁ ଜଣେ ଶୀର୍ଷ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । ସେପଟେ କାନାଡାର ଏହି ହିଂସା ଅଭିଯୋଗକୁ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି କହି ଦୃଢ ଭାବରେ ଖଣ୍ଡନ କରିଥିଲା ଭାରତ ।

Last Updated : Sep 19, 2023, 9:14 PM IST

ABOUT THE AUTHOR

...view details