ଓଡିଶା

odisha

ETV Bharat / bharat

Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା - କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ତାଲିକାରେ ମୋଟ 124 ଜଣ ପ୍ରାର୍ଥୀ ରହିଛନ୍ତି । ଅଧିକ ପଢନ୍ତୁ

Congress announced first list candidate
Karnataka Assembly Elections

By

Published : Mar 25, 2023, 9:59 AM IST

Updated : Mar 25, 2023, 10:20 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ଜାରି ହୋଇଥିବା କଂଗ୍ରେସ ପ୍ରାର୍ଥୀ ତାଲିକାରେ ମୋଟ 124 ଜଣ ପ୍ରାର୍ଥୀ ରହିଛନ୍ତି । ସେଥିରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାମ ରହିଛି । ଏହାସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସେ ଚିତପୁରରୁ ଲଢିବେ । ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ନାମ ମଧ୍ୟ ପ୍ରଥମ ପର୍ଯ୍ୟାୟ ତାଲିକାରେ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବରୁଣ ବିଧାନସଭା ଆସନରୁ ଏବଂ ଡିକେ ଶିବକୁମାର କନକପୁରା ମଇଦାନରୁ ନିର୍ବାଚନ ଲଢିବେ ।

କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ସମିତି ଦିଲ୍ଲୀରେ ଏକ ବୈଠକ କରିଥିଲେ । 17 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରସ୍ତୁତ ହୋଇଥିଲା । 22 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ସୂଚୀ ପ୍ରକାଶିତ ହେବାର ଥିଲା । ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନିର୍ବାଚନ କ୍ଷେତ୍ରରେ କିଛି ସମସ୍ୟା ପାଇଁ ତାଲିକା ଜାରି କରିବାରେ ବିଳମ୍ବ ହୋଇଥିଲା । 124 ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମ ଦଳ ଭାବେ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାହୁଲ ଗାନ୍ଧୀ 'ମୋଦି' ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ପରେ ଚିନ୍ତାରେ ରହିଛି କଂଗ୍ରେସ । ସଙ୍କଟ ଭିତରେ ବି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଆଗରେ ରହିଛି ।

ଏହା ବି ପଢନ୍ତୁ...ସାଂସଦ ପଦ ହରାଇବା ପରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ଦେଶ ପାଇଁ ସବୁକିଛି ତ୍ୟାଗ କରିପାରିବି

ଏହା ବି ପଢନ୍ତୁ...ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ଉପରେ ନଜର ରହିଛି ମାତ୍ର ନିର୍ବାଚନୀ ରାଲି ଆରମ୍ଭ ହୋଇଯାଇଛି । କ୍ଷମତା ହାସଲ ପାଇଁ ଏବେଠୁ ମଇଦାନକୁ ଓହ୍ଲାଇଲେଣି ରାଜନୈତିକ ଦଳ । ମାଳ ମାଳ ପ୍ରତିଶ୍ରୁତି ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ 6 ଥର କର୍ଣ୍ଣାଟକ ଗସ୍ତ କରି ସାରିଛନ୍ତି । ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କଂଗ୍ରେସ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରି ସାରିଛି । କ୍ଷମତାକୁ ଆସିଲେ ପ୍ରତି ପରିବାରକୁ 200 ୟୁନିଟ ମାଗଣା ବିଜୁଳି ସହ ଗରିବଙ୍କୁ 10 କେଜି ଚାଉଳ ହେବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ମଇ ମାସ ପୂର୍ବରୁ ନିର୍ବାଚନ ହେବା ନେଇ ଅନୁମାନ କରାଯାଉଛି ।

Last Updated : Mar 25, 2023, 10:20 AM IST

ABOUT THE AUTHOR

...view details