ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଶାନାରେ ‘ଗୁପକାର ଗ୍ୟାଙ୍ଗ’ । ଗୁପକାର ମେଣ୍ଟ ସହ ଜଡ଼ିତ ଦଳ ଗୁଡ଼ିକୁ ମଧ୍ୟ ଛାଡ଼ି ନାହାଁନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଗୁପକାର ଗ୍ୟାଙ୍ଗର ବ୍ୟାପକତାକୁ ନେଇ କଂଗ୍ରେସକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ଶାହ । ଯେଉଁ ସଂଗଠନ ତ୍ରିରଙ୍ଗାକୁ ଅପମାନିତ କରୁଥିଲା, ଯେଉଁ ସଂଗଠନ ଜମ୍ମୁ କାଶ୍ମୀରରେ ଆତଙ୍କରାଜ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ବଦ୍ଧ । ସେହି ଗ୍ୟାଙ୍ଗକୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସମର୍ଥନ କରୁଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଶାହ ଟ୍ବିଟ କରି କହିଛନ୍ତି, ଗୁପକାର ଗ୍ୟାଙ୍ଗ ଦେଶରେ ଅରାଜକତା, ଜମ୍ମୁ କାଶ୍ମୀରରେ ବିଦେଶୀ ସେନାର ହସ୍ତକ୍ଷେପ ଚାହୁଁଛନ୍ତି । କେବଳେ ସେତିକି ନୁହେଁ, ଏହି ଗ୍ୟାଙ୍ଗ ଭାରତର ଅଖଣ୍ତତାର ବାର୍ତ୍ତା ବହନ କରୁଥିବା ତ୍ରିରଙ୍ଗାକୁ ମଧ୍ୟ ଅସମ୍ମାନ କରିଛନ୍ତି ଏବଂ ଆଗକୁ ଏହା 370 ପୁନଃସ୍ଥାପିତ କରିବାକୁ ପୁଣି ଥରେ ଚାଲ ଆରମ୍ଭ କରିଦେଇଛନ୍ତି । ତେଣୁ କଂଗ୍ରେସ ଦଳ କଣ ଗୁପକାର ଗ୍ୟାଙ୍ଗର ଏହି ଚାଲକୁ ସମର୍ଥନ କରୁଛି ? କଂଗ୍ରେସ କଣ ଚାହୁଁଛି ଜମ୍ମୁ-କାଶ୍ମୀରରେ ଅରାଜକତା ସୃଷ୍ଟି ହେଉ ? ତେବେ ଏନେଇ ରାହୁଲ ଏବଂ ସୋନିଆ ଭାରତର ଲୋକମାନଙ୍କୁ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି ଗୃହମନ୍ତ୍ରୀ ।