ଓଡିଶା

odisha

By ETV Bharat Odisha Team

Published : Nov 25, 2023, 10:53 PM IST

ETV Bharat / bharat

କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ଆଜି ରାଜସ୍ଥାନ ସହ ସରିଲା 4 ରାଜ୍ୟରେ ଭୋଟିଂ । 30 ରେ ତେଲେଙ୍ଗାନା ଭୋଟିଂ ପାଇଁ ପ୍ରଚାର ଜୋରଦାର । ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ କେସିଆରଙ୍କ ଉପରେ ବର୍ଷିଲେ ରାହୁଲ । ଅଧିକ ପଢନ୍ତୁ

କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ
କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ହାଇଦ୍ରାବାଦ:ଆଜି ରାଜସ୍ଥାନରେ ମତଦାନ ସହ ବିଧାନସଭା ନିର୍ବାଚନ ଜାରି ରହିଥିବା 5 ରାଜ୍ୟ ମଧ୍ୟରୁ 4 ରେ ଭୋଟିଂରେ ଶେଷ ହୋଇଛି । ଏବେ ଉଭୟ ଜାତୀୟ ଦଳ କଂଗ୍ରେସ କିମ୍ବା ବିଜେପି ଶାସନରେ ନଥିବା ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ 30 ତାରିଖରେ ଭୋଟିଂ ହେବାକୁ ଯାଉଛି । ଯାହା ଉପରେ ସମସ୍ତ ରାଜନୈତିକ ଦଳ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ପ୍ରଚାର କରିବା ସହ ଦଳ ପାଇଁ ଭୋଟ ମାଗିଛନ୍ତି । ଅନ୍ୟପଟେ କଂଗ୍ରେସ ମଧ୍ୟ ଆଜି ରାଜ୍ୟରେ ପ୍ରଚାର କରିଛି । ଦଳର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ଦଳ ପାଇଁ ଭୋଟ ମାଗିବା ସହ ଶାସନରେ ଥିବା କେସିଆର ସରକାର ଉପରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି । କେସିଆର ଶାସନ ଆରମ୍ଭ କରିବା ଦିନରୁ ସାଧାରଣ ଜନତାଙ୍କ ଟଙ୍କା ଲୁଣ୍ଠନ କରିଛନ୍ତି । ରାଜ୍ୟରେ କଂଗ୍ରେସ ଶାସନକୁ ଆସିଲେ, ଜନତାଙ୍କ ଟଙ୍କା ଜନତାଙ୍କୁ ଫେରସ୍ତ କରାଯିବ ବୋଲି ରାହୁଲ କହିଛନ୍ତି ।

ଆଦିଲାବାଦରେ ଏକ ନିର୍ବାଚନୀ ସଭାକୁ ଆଜି ରାହୁଲ ଗାନ୍ଧୀ ସମ୍ବୋଧିତ କରିଛନ୍ତି ଘୋଷଣାପତ୍ରକୁ ଦୋହରାଇବା ସହ କେସିଆର ସରକାର ଉପରେ ବର୍ଷିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଚାଷୀଙ୍କୁ ଏକର ପିଚ୍ଛା 15 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ‘ରାଇଥୁ ଭରୋସା’ ଯୋଜନା କାର୍ଯ୍ୟକାରୀ କରି ରାଜ୍ୟର କୃଷି ଶ୍ରମିକଙ୍କ ବାର୍ଷିକ 12 ହାଜର ଟଙ୍କା ପ୍ରଦାନ କରାଯିବ । ଚାଷୀଙ୍କୁ 24 ଘଣ୍ଟିଆ ମାଗଣା ବିଜୁଳି ମଧ୍ୟ ଯୋଗାଯିବ । ସେହିପରି ଶାସନରେ ଆସିବା ଦିନକୁ କେସିଆର ସରକାର ଓ ତାଙ୍କ ଦଳ ସାଧାରଣ ଜନତାଙ୍କୁଠାରୁ ଲୁଟିଥିବା ଟଙ୍କାକୁ ଫେରସ୍ତ ଆଣି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବ ବୋଲି ରାହୁଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନରେ 69 ପ୍ରତିଶତ ସହ ସରିଲା ମତଦାନ, 3 ତାରିଖକୁ ଅପେକ୍ଷା

ରାହୁଲ ତେଲେଙ୍ଗାନା ପାଇଁ ପୂର୍ବରୁ କଂଗ୍ରେସ ଘୋଷଣା କରିଥିବା 6 ସୂତ୍ରୀ ଗ୍ୟାରେଣ୍ଟିକୁ ପୁଣି ଦୋହରାଇଛନ୍ତି । କଂଗ୍ରେସ କେବଳ ଗ୍ୟାରେଣ୍ଟି ଦିଏ ତାହା ନୁହେଁ, ଏହା ପୂରଣ ନକରିପାରିଲେ ଲୋକଙ୍କୁ ପ୍ରଶ୍ନ କରିବାର ଅଧିକାର ମଧ୍ୟ ଦିଏ । ଦଳ କ୍ଷମତାକୁ ଆସିଲେ 6 ସୂତ୍ରୀ ଗ୍ୟାରେଣ୍ଟି ପୂରଣ କରିବାକୁ ପ୍ରାଥମିକତା ଦେବ । ପରିବାରର ମହିଳାଙ୍କ ବ୍ୟାଙ୍କ ଖାତାକୁ ମାସିକ 25 ଶହ ଟଙ୍କାର ସହାୟତା ରାଶି ସହ 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ନେଇ ରାହୁଲ ପୁଣି ଦାହରାଇଛନ୍ତି ।

ପୂର୍ବରୁ ମଧ୍ୟ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବାର ସମ୍ଭାବନା ଥିବା ରାହୁଲ କହି ସାରିଛନ୍ତି । ରାଜ୍ୟରେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି ଓ ଏମଆଇଏମଆଇଏମ ବିଜେପି ସହ ଭିତିରି ବୁଝାମଣାରେ ଅଛନ୍ତି । ଉଭୟ ଦଳ ଉପରେ ସେଥିପାଇଁ ସିବିଆଇ ଓ ଇଡି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ରାହୁଲ କହିଥିଲେ । ସେହିପରି ଗତଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ହାଇଦ୍ରାବାବାଦର ଏକାଧିକ ସ୍ଥାନରେ କେସିଆର ଓ ଓଓ୍ବେସୀ, ମୋଦିଙ୍କ ଇସାରାରେ ନାଚୁଥିବାର କଟଆଉଟ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଥିଲା । ଏହା କଂଗ୍ରେସର କାର୍ଯ୍ୟ ବୋଲି ଚର୍ଚ୍ଚା ହୋଇଥିଲା ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details