ଓଡିଶା

odisha

ETV Bharat / bharat

ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ହରିୟାଣା ସରକାରଙ୍କ ବିରୋଧରେ କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ । ଅଧିକ ପଢନ୍ତୁ...

By

Published : Feb 23, 2021, 9:31 AM IST

ହରିୟାଣା ସରକାର
ହରିୟାଣା ସରକାର

ଚଣ୍ଡିଗଡ: ହରିୟାଣାର ବିଜେପି-ଜେଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ । ଏନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ସୂଚନା ଦେଇଛନ୍ତି ।

କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦଳ ନିଷତ୍ତି ନେଇଥିବା ସେ କହିଛନ୍ତି । ହୁଡା କହିଛନ୍ତି,‘ଦୁଇ ଜଣ ସ୍ବାଧୀନ ବିଧାୟକ ଯେକି, ସରକାରକୁ ସମର୍ଥନ କରୁଥିଲେ ସେମାନେ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି ।’

ସରକାର ବର୍ତ୍ତମାନ ଲୋକଙ୍କ ଓ ବିଧାୟକଙ୍କ ଆସ୍ଥା ହରାଇଛି । ତେଣୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସରକାରରେ ଥିବା ଅନେକ ବିଧାୟକ ସରକାରକୁ ଦୁର୍ନୀତିଗ୍ରସ୍ତ କହିଥିବା ମଧ୍ୟ ସେ ଦର୍ଶାଇଛନ୍ତି ।

ଏହା ସହ ଆମେ ଅନାସ୍ଥା ପ୍ରସ୍ତାବ ଆଣିବା ସମୟରେ କିଏ କାହା ସହିତ ରହୁଛି ତାହା ଦେଖିବାକୁ ମିଳିବ ବୋଲି ମଧ୍ୟ ହୁଡା କହିଛନ୍ତି । ସୂଚନାଥାଉକି, ମାର୍ଚ୍ଚ 5 ତାରିଖରୁ ହରିୟାଣାର ବଜେଟ ଅଧିବେଶନ ଆସିବାକୁ ଯାଉଛି । ଏହି ସମୟରେ ଗୃହରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

@ANI

ABOUT THE AUTHOR

...view details