ଥିରୁଅନନ୍ତପୁରମ:କେରଳରେ CPI-M ଦ୍ବାରା ଆୟୋଜିତ ସେମିନାରରେ ଅଂଶଗ୍ରହଣ ନକରିବା ପାଇଁ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କଲା କେରଳ ପ୍ରଦେଶ କଂଗ୍ରେସ । ଦଳ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୌଣସି ନେତା ଉକ୍ତ ସେମିନାରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଉଲ୍ଲେଖ କରାଯିବା ସହ ଦଳୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ସ୍ପଷ୍ଟ କରିଛି । ଏହି ସେମିନାର ପାଇଁ ଚର୍ଚ୍ଚାରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରରୁ । କାରଣ ସିପଆଇ-ଏମ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଥରୁରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛି ସପିଆଇ ।
CPI-M ଏହି କାର୍ଯ୍ୟକ୍ରମ ପାଇଁ ଶଶୀଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ଭି ଥୋମାସଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ତେବେ ବର୍ତ୍ତମାନ ଶାସନରେ ଥିବା ସିପିଆଇ-ଏମ ନେତୃତ୍ବାଧୀନ ପିନାରାଇ ବିଜୟନଙ୍କ ଜନନୀତିକୁ କେରଳରେ ବିରୋଧ କରୁଛି କଂଗ୍ରେସ । ତେଣୁ କୌଣସି ପାର୍ଟି କର୍ମକର୍ତ୍ତା CPI-M ଦ୍ବାରା ଆୟୋଜିତ ସେମିନାରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳୀୟ ନିଷ୍ପତ୍ତି ନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କେ ସୁଧାକରନ ଘୋଷଣା କରିଥିଲେ ।