ବେଙ୍ଗାଲୁରୁ:କେଏସଆରଟିସି ବସ୍ରେ ଯାତ୍ରା କରୁଥିବା ବେଳେ ଗର୍ଭବତୀଙ୍କ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା । ମହିଳାଙ୍କ ଯନ୍ତ୍ରଣା ଦେଖି ମହିଳା ବସ୍ କଣ୍ଡକ୍ଟର ଶିଶୁକୁ ଜନ୍ମ କରିବାରେ ସାହାଯ୍ୟ କରିଛନ୍ତି । ଫଳରେ ଗର୍ଭବତୀ ଜଣକ ସୁରକ୍ଷିତ ଭାବରେ ନବଜାତକୁ ଜନ୍ମ ଦେଇଛନ୍ତି । ଡେଲିଭରୀ ପରେ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଶାନ୍ତିଗ୍ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ତେବେ ସୂଚନା ମୁତାବକ, ଚିକ୍କମାଗାଲୁରୁ ୟୁନିଟ୍ ଗାଡି ନମ୍ବର KA-18 ସୋମବାର ଅପରାହ୍ନ 1.25 ସମୟରେ ବେଙ୍ଗାଲୁରୁ-ଚିକ୍କାମାଲୁରୁ ମାର୍ଗ ମଧ୍ୟରେ ଯାତ୍ରା କରୁଥିଲା | ସେହି ବସ୍ରେ ସମୁଦାୟ 45 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେଥି ମଧ୍ୟରୁ ଜଣେ ଗର୍ଭବତୀ ବେଙ୍ଗାଲୁରୁରୁ ବେଲୁର ଯାତ୍ରା କରୁଥିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ନିକଟରେ କୌଣସି ଡାକ୍ତରଖାନା ମଧ୍ୟ ନଥିଲା । ଏହାପରେ ବସ୍ର ମହିଳା କଣ୍ଡକ୍ଟର ଗାଡିକୁ ଅଟକାଇଥିଲେ । ଏଥିସହ ବସ୍ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଗାଡିରୁ ବାହାରକୁ ଯିବାକୁ କହି ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ପ୍ରସବ କରାଇଥିଲେ ।
ଏହା ମଧ୍ୟ ପଢନ୍ତୁ- BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ, ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ