ଓଡିଶା

odisha

By

Published : Oct 21, 2022, 1:50 PM IST

ETV Bharat / bharat

ଜିହାଦ ଖାଲି ଇସଲାମରେ ନୁହେଁ ଗୀତାରେ ମଧ୍ୟ ଅଛି, କହିଲେ କଂଗ୍ରେସ ନେତା

ଜିହାଦ ଖାଲି ଇସଲାମରେ ନୁହେଁ ଗୀତାରେ ରହିଛି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଶିକ୍ଷା ଦେଇଥିଲେ । ଏପରି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପଟେଲ । ଅଧିକ ପଢନ୍ତୁ

ଜିହାଦ ଖାଲି ଇସଲାମରେ ନୁହେଁ ଗୀତାରେ ମଧ୍ୟ ଅଛି, କହିଲେ କଂଗ୍ରେସ ନେତା
ଜିହାଦ ଖାଲି ଇସଲାମରେ ନୁହେଁ ଗୀତାରେ ମଧ୍ୟ ଅଛି, କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଧର୍ମଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପଟେଲ(Ex-Congress minister Shivraj Patil) ବିବାଦୀୟ ବୟାନ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ପାଟିଲ କହିଛନ୍ତି, ''ଇସଲାମ ଧର୍ମରେ ହିଜାଦ ବିଷୟରେ ଅନେକ ଚର୍ଚ୍ଚା ହୁଏ । ତେବେ ଜିହାଦର ଅବଧାରଣା କେବଳ ଇସଲାମରେ ନାହିଁ, ବରଂ ଭଗବତ ଗୀତାରେ ମଧ୍ୟ ରହିଛି । ଇସାୟୀ ଧର୍ମରେ ବି ଅଛି । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ ଶିକ୍ଷା ଦେଇଥିଲେ ।''

ମୋହସିନା କିଡୱାଇ(Mohsina Kidwai)ଙ୍କ ଆତ୍ମଜୀବନୀ ଉନ୍ମୋଚନରେ ସାମିଲ ହୋଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ଏକଥା କହିଛନ୍ତି । ପାଟିଲ କହିଛନ୍ତି ଯେ, ଯେତେବେଳେ ସ୍ବଚ୍ଛ ବିଚାର ସହିତ ତମାମ୍ ପ୍ରଚେଷ୍ଟା ସତ୍ତ୍ବେ ଅନ୍ୟ ଜଣେ ବୁଝେ ନାହିଁ । ସେହି ସମୟରେ ଆପଣଙ୍କୁ ନିଜ ଶକ୍ତିର ଉପଯୋଗ କରିବାକୁ କୁହାଯାଏ । ଏଥିରେ କୌଣସି ଭୁଲ୍ ନାହିଁ । ଖାଲି କୋରାନ ଶରିଫରେ ଏକଥା କୁହାଯାଇ ନାହିଁ, ଗୀତାରେ ମଧ୍ୟ କୁହାଯାଇଛି । ଏପରିକି ଯୀଶୁଖ୍ରୀଷ୍ଟ ମଧ୍ୟ ସମାନ କଥା କହିଛନ୍ତି । କଂଗ୍ରେସ ନେତାଙ୍କ ଏହି ବୟାନ ପରେ ବିବାଦ ଆରମ୍ଭ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପାଟିଲଙ୍କ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସ ଏପରି ଭାବେ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି ।

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଟ୍ବିଟ୍ କରିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ଗୋପାଳ ଇଟାଲିଆ ଏବଂ ରାଜେନ୍ଦ୍ର ପାଲ ଗୌତମଙ୍କ ପରେ ହିନ୍ଦୁ ପ୍ରତି ଘୃଣା ଓ ଭୋଟବ୍ୟାଙ୍କ ରାଜନୀତିରେ ପଛରେ ନ ରହି କଂଗ୍ରେସ ନେତା ଶିବରାଜ ପାଟିଲ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ହିଜାଦ ଶିକ୍ଷା ଦେଇଥିଲେ ବୋଲି କହୁଛନ୍ତି ।

ABOUT THE AUTHOR

...view details