ଓଡିଶା

odisha

ETV Bharat / bharat

‘ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ’: ଆସନ୍ତା ତାରିଖରେ ମଣିପୁର DGPଙ୍କୁ ହାଜର ହେବାକୁ ନିର୍ଦ୍ଦେଶ - ମଣିପୁର ହିଂସା ଘଟଣା

ମଣିପୁରରେ ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି କହିଲେ ସର୍ବୋଚ୍ଚ କୋର୍ଟ । ଆସନ୍ତା ତାରିଖରେ ମଣିପୁର DGPଙ୍କୁ ପ୍ରତ୍ୟେକ୍ଷ ହାଜର ହେବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

‘ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ’: ଆସନ୍ତା ତାରିଖରେ ମଣିପୁର DGPଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
‘ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ’: ଆସନ୍ତା ତାରିଖରେ ମଣିପୁର DGPଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Aug 1, 2023, 7:52 PM IST

ନୂଆଦିଲ୍ଲୀ:ମଣିପୁର ହିଂସା ମାମଲାରେ ସର୍ବୋଚ୍ଚ କୋର୍ଟରେ ଜାରି ରହିଛି ଶୁଣାଣି । ଗତକାଲି ଶୁଣାଣିରେ କୋର୍ଟ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ ଉଠାଇଥିବା ବେଳେ ଆଜି ମଣିପୁର ପୋଲିସ ମହାନିର୍ଦ୍ଦେଶକଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇସାରିଥିବା କହିଛନ୍ତି କୋର୍ଟ । ମେ’ ମାସରୁ ହିଂସା ଆରମ୍ଭ ହେବା ପରଠାରୁ ଗତମାସ (ଜୁଲାଇ) ଶେଷ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଆଇନ ଶୃଙ୍ଖଳା ଓ ସାମ୍ବିାଧାନିକ କଳ ବିପର୍ଯ୍ୟସ୍ତ ହୋଇପଡିବା ହୋଇପଡିଥିବା କହି କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ଜେପି ପର୍ଦ୍ଦିଓ୍ବାଲା ଓ ମନୋଜ ମିଶ୍ରଙ୍କୁ ଖଣ୍ଡପୀଠରେ ହୋଇଥିଲା । ହିଂସା ଆରମ୍ଭ ହେବା ପରଠାରୁ ଜୁଲାଇ ଶେଷ ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା କହି ଖଣ୍ଡପୀଠ ସରକାର ଓ ରାଜ୍ୟ ପୋଲିସ ଉପରେ କ୍ଷୋଭବ୍ୟକ୍ତ କରିଥିଲେ ।କୋର୍ଟ ଏହା ମଧ୍ୟ କହିଛନ୍ତି,‘‘ ଯଦି ଆଇନ ଲୋକଙ୍କୁ ସୁରକ୍ଷା ଦେଇପାରିବ ନାହିଁ, ତେବେ ସେମାନଙ୍କ ନିକଟରେ ଆଉ କ’ଣ ରହିବ । ଭାଇରାଲ ଭିଡିଓରେ ନିର୍ଯାତିତ ହୋଇଥିବା ଦୁଇ ମହିଳାଙ୍କୁ ପୋଲିସ ଦଙ୍ଗାକାରୀଙ୍କ ଭିଡରେ ଛାଡି ଚାଲିଯାଇଥିଲା । ହେଲେ ସେହି ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ବିଭାଗ । ସ୍ଥିତି ଏମିତି ଥିଲା ଯେ, ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିପାରିଲା ନାହିଁ କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରିପାରିଲା ନାହିଁ । ଏହା ସ୍ପଷ୍ଟ ଦର୍ଶାଉଛି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ହିଁ ନାହିଁ ।’’

ଏହି ଭାଇରାଲ ଭିଡିଓ ମାମଲାରେ କାହିଁକି ପୋଲିସ ଏଫଏଆଇଆର ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଲା ନାହିଁ ବୋଲି କୋର୍ଟ କହିବା ସହ ପୋଲିସ ମହାନିର୍ଦ୍ଦେଶକ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କୋର୍ଟ ସରକାରୀ ପକ୍ଷଙ୍କୁ ପ୍ରଶ୍ନ କରିଥିଲେ । ସେହିପରି ଆଗମୀ ତାରିଖରେ ନିଜେ ମଣିପୁର ପୋଲିସ ଡିଜିଙ୍କୁ ପ୍ରତ୍ଯେକ୍ଷ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଛି । ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହୋଇପାରେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ରାଜ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସା ସମ୍ପର୍କିତ 11ଟି ମାମଲା ଏବେ ରାଜ୍ୟ ପୋଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ କରିସାରିଛି । ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ 6 ହଜାର ଏଫଆଇଆର ପଞ୍ଜୀକୃତ କରାଯାଇଛି । ସେଥିମଧ୍ୟରୁ 11ଟି ମାମଲା ମହିଳାଙ୍କ ପ୍ରତି ବର୍ବରତା ସହ ଜଡିତ । ଏହି ମାମଲାର ତଦନ୍ତ ଏବେ ରାଜ୍ୟ ପୋଲିସ ହାତରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Manipur viral video case: ‘ମାମଲା ରୁଜୁ ପାଇଁ 14 ଦିନ ପର୍ଯ୍ୟନ୍ତ ପୋଲିସ କରୁଥିଲା କ’ଣ ?’

ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ମେହେଟ୍ଟା କହିଥିଲେ, ବିଭିନ୍ନ ମାମଲାର ଏତଲା ଆଧାରରେ ଏପର୍ଯ୍ୟନ୍ତ 250 ଗିରଫ ହୋଇଛନ୍ତି । ସେହିପରି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରୁ ଆଗୁଆ ପଦକ୍ଷେପ ଭାବେ 12,000 ଜଣଙ୍କୁ ପୋଲିସ ଗିରଫ କରିଛି । ତଥାପି ସରକାରଙ୍କ ଉତ୍ତର କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଆସନ୍ତା ତାରିଖରେ ନିଜେ ପୋଲିସ ଡିଜିପି କୋର୍ଟରେ ହାଜର ହୋଇ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details