ବେଙ୍ଗାଲୁରୁ: ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡ଼ଗେ (President Mallikarjuna Kharge) ଓ ପୁଅ ତଥା କେପିସିସି ମୁଖପାତ୍ର ପ୍ରିୟଙ୍କ (KPCC Spokesperson Priyank Kharge) ଖଡ଼ଗେଙ୍କ ପାଇଁ ବଢିଲା ଅଡୁଆ । ଉଭୟ ବାପ-ପୁଅଙ୍କ ବିରୋଧରେ କର୍ଣ୍ଣାଟକ ରାଜ୍ୟ ଲୋକାୟୁକ୍ତ (Allegations of misappropriation of government Building)ରେ ମାମଲା ରୁଜୁ ହୋଇଛି । ସରକାରୀ ବିଲ୍ଡିଂର ଅପବ୍ୟବହାର ଅଭିଯୋଗରେ ବାପା ପୁଅଙ୍କ ବିରୋଧରେ ଲୋକାୟୁକ୍ତରେ ଅଭିଯୋଗ ହୋଇଛି ।
ବାପପୁଅଙ୍କ ବିରୋଧରେ ସାମାଜିକ କର୍ମୀ ମଣିକାନ୍ତ ରାଥୋଡ଼ (Social worker Manikant Rathod) ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ୩୬ ହଜାର ବର୍ଗଫୁଟ ଜମି ଆମ୍ବେଦକର ସ୍ମାରକ ସମିତିକୁ ମ୍ୟାରେଜ ହଲ୍ ନିର୍ମାଣ ଲାଗି ଦିଆଯାଇଥିଲା । ଗତ ୧୯୮୧ ଅଗଷ୍ଟ ୬ ତାରିଖରେ ସରକାର ଏହି ଜମି ପ୍ରଦାନ କରିଥିଲେ । କଲାବୁରଗି ସହର ନିକଟ ପୋଲିସ ଭବନ ବିଲ୍ଡିଂ ପାଖରେ ଏହି ମ୍ୟାରେଜ ହଲ୍ ନିର୍ମାଣ ପାଇଁ ସରକାର ଜମି ସ୍ଥିର କରିଥିଲେ । ସେତେବେଳେ ମଲ୍ଲିକାର୍ଜୁନ ରାଜସ୍ବ ମନ୍ତ୍ରୀ ଥିଲେ । ମାତ୍ର ଗତ ୪ବର୍ଷ ଧରି ସେଠାରେ କୌଣସି ବିବାହ ଉତ୍ସବ ଅନୁଷ୍ଠିତ ହେଉନାହିଁ । ଏହି ମ୍ୟାରେଜ ହଲ୍କୁ କର୍ଣ୍ଣାଟକ ପିପଲ୍ସ ଏଜୁକେସନ ସୋସାଇଟି (KPES)ର ଅଫିସ କାର୍ଯ୍ୟ ହେଉଛି ବୋଲି ମଣିକାନ୍ତ ଅଭିଯୋଗ କରିଛନ୍ତି । ଏହି ସୋସାଇଟିର ପ୍ରତିଷ୍ଠାତା ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।