ଓଡିଶା

odisha

By

Published : Apr 27, 2023, 12:52 PM IST

ETV Bharat / bharat

Traffic Violations: ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ

କୋଚି ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ଟ୍ରାଫକ ନିୟମ ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ କଲେ ଥ୍ରୀଶୁର ବାସିନ୍ଦା । ଅଧିକ ପଢନ୍ତୁ

PM Modi
PM Modi

ଥିରୁଅନନ୍ତପୁରମ:ରୋଡ ଶୋ’ କରିବା ସମୟରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ ଡିଜିପିଙ୍କ ନିକଟରେ ଏପରି ଅଭିଯୋଗ କରିଛନ୍ତି ଥ୍ରୀଶୁରର ଜଣେ ବ୍ୟକ୍ତି । ଗତ ସୋମବାର (ଏପ୍ରିଲ 24) କୋଚିରେ ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ଟ୍ରାଫିକ ନିୟମକୁ ଅବମାନନା କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଥ୍ରୀଶୁର ଜୟକ୍ରିଷ୍ଣା । କେରଳ ଡିଜିପି ଅନିଲକାନ୍ତ ଓ ମୋଟରଯାନ ବିଭାଗରେ ଏନେଇ ସେ ଅଭିଯୋଗ କରିଛନ୍ତି ।

ଜୟକ୍ରିଷ୍ଣାଙ୍କ ଅଭିଯୋଗ କରିଛନ୍ତି କି, ପ୍ରଧାନମନ୍ତ୍ରୀ ବିନା ସୁରକ୍ଷାରେ କାରରେ ଛିଡା ହୋଇ ରୋଡ ଶୋ କରୁଥିଲେ। ଏହି ସମୟରେ ମୋଦିଙ୍କ ପ୍ରଶଂସକ ମାନେ ପୁଷ୍ଟ ବୃଷ୍ଟି କରିବାକୁ କାରର ଡୋର ଫୁଲରେ ଆଚ୍ଛାଦିତ ହୋଇଯାଇଥିଲା । ଫଳରେ କାରରେ ଥିବା ଡ୍ରାଇଭର ଜଣଙ୍କୁ ରାସ୍ତା ଦୃଶ୍ୟମାନ ହେଉନଥିଲା । ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ତେଣୁ ସମସ୍ତେ ଟ୍ରାଫିକ ନିୟମ ପାଳନ କରିବା ବାଧ୍ୟତାମୂଳକ ।

ଗତ ଏପ୍ରିଲ 24 ତାରିଖରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କେରଳ ଗସ୍ତରେ ଆସିଥିଲେ । ଏହି ସମୟରେ 3200 କୋଟି ମୂଲ୍ୟର ଶିଳାନ୍ୟାସ କରିବା ସହ ରାଜ୍ୟକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ । ସେହିପରି ଥେଭାରା ସେକ୍ରେଡ୍ ହାର୍ଟ କଲେଜ ପଡିଆରେ ବିଜେପି ଯୁବ ସଂଗଠନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀ 'ୟୁଭମ୍'ର ଉଦଘାଟନ କରିବା ସହ କୋଟିରେ ଓ୍ବାଟର ମେଟ୍ରୋର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ।

ତେବେ କେରଳରେ ପହଞ୍ଚିବା ପରେ ବିଜେପି ତରଫରୁ କୋଚିରେ ଆୟୋଜିତ ଏକ ରୋଡ ଶୋରେ ସାମିଲ ହୋଇଥିଲେ ମୋଦି । ଏହି ଦଳୀୟ କାର୍ଯ୍ୟକ୍ରମରେ ମୋଦିଙ୍କୁ କେରଳର ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଥିଲା । ଧୋତି 'ମୁଣ୍ଡୁ' ପିନ୍ଧି କୋଚିରେ ରାସ୍ତାରେ ଚାଲିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ରୋଡ ଶୋ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବର ଅନେକ ପ୍ରଶଂସକଙ୍କ ଭିଡ଼ ଜମାଇଥିଲେ । ପ୍ରଥମ ଥର ଲାଗି ମୋଦିଙ୍କୁ ରାସ୍ତାରେ ଚାଲି ଚାଲି ରୋଡ ଶୋ' କରିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ କାରରେ ମଧ୍ୟ ରୋଡ ଶୋ କରିଥିଲେ ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରଶଂସକମାନେ ପୁଷ୍ପ ବୃଷ୍ଟି କରିଥିଲେ । ପ୍ରାୟ ୧୫ ମିନିଟ କୋଚିରେ ରାସ୍ତାରେ ମୋଦି ଚାଲିଥିବା ବେଳେ ହାତ ହଲାଇ ସମର୍ଥକଙ୍କୁ ଅଭିବାଦନ ଜଣାଇଥିଲେ ।

ମୋଦିଙ୍କ ପୂର୍ବ ରୋଡ ଶୋ'ଠାରୁ ଏହା ନିଶ୍ଚିତ ଭିନ୍ନ ରହିଥିଲା । କାରଣ ପୂର୍ବରୁ ମୋଦି କାର ମଧ୍ୟରେ ଥାଇ ଓପନ-ଟ୍ରୁଫରୁ ସମର୍ଥକଙ୍କୁ ଅଭିବାଦନ ଜଣାଇଥାନ୍ତି । ହେଲେ କେରଳରେ ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାସ୍ତାରେ ହାତ ହଲାଇ ଚାଲି ଚାଲି ଯାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ପାଇଁ କେରଳ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ, ଏନଏସଜି ଓ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ ।

ABOUT THE AUTHOR

...view details