ଓଡିଶା

odisha

ETV Bharat / bharat

ୟୁପି-ବିହାର ଭାଇ ମନ୍ତବ୍ୟ ଦେଇ ଅଡୁଆରେ ଚନ୍ନି, ଥାନାରେ ଏତଲା - ଚନ୍ନିଙ୍କ ୟୁପି ବିହାର ଭାଇ ମନ୍ତବ୍ୟ

ଉତ୍ତରପ୍ରଦେଶ ବିହାର ଭାଇ ମନ୍ତବ୍ୟ ଦେଇ ଅଡୁଆରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି । ଥାନାରେ ଏତଲା ଦାୟର । ଅଧିକ ପଢନ୍ତୁ

ୟୁପି-ବିହାର ଭାଇ ମନ୍ତବ୍ୟ ଦେଇ ଅଡୁଆରେ ଚନ୍ନି, ଥାନାରେ ଏତଲା ଦାୟର
ୟୁପି-ବିହାର ଭାଇ ମନ୍ତବ୍ୟ ଦେଇ ଅଡୁଆରେ ଚନ୍ନି, ଥାନାରେ ଏତଲା ଦାୟର

By

Published : Feb 18, 2022, 7:16 AM IST

ପାଟନା: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉତ୍ତରପ୍ରଦେଶ ବିହାର ଭାଇଙ୍କୁ ପଞ୍ଜାବରେ ପୁରାଇ ଦେବୁନି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପି ନେତୃବୃନ୍ଦ ଏହି ମନ୍ତବ୍ୟକୁ କଡା ବିରୋଧ କରିବା ସହ କଂଗ୍ରେସକୁ ଘେରିବାରେ ଲାଗିଛନ୍ତି । ଏପରିକି ଏହି ବିରୋଧଭାସ ଏବେ ଥାନାରେ ପହଞ୍ଚିଛି । ଚନ୍ନି ଏଭଳି ଟିପ୍ପଣୀ ଦେଇ ବିହାର ଓ ୟୁପିବାସୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ପାଟନାର ଏକ ଥାନାରେ ଏତଲା ଦାୟର ହୋଇଛି ।

ଏହାମଧ୍ୟ ପଢନ୍ତୁ:ପଞ୍ଜାବରେ ୟୁପି-ବିହାର ଭାଇଙ୍କୁ ପୁରାଇ ଦେବୁନି କହିଲେ ଚନ୍ନି, ତାଳି ମାରିଲେ ପ୍ରିୟଙ୍କା

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ ମନୀଷ କୁମାର ସିଂହ ଏହି ଏତଲା ଦାୟର କରିଛନ୍ତି । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୟୁପି, ବିହାର ଓ ଦିଲ୍ଲୀବାସୀଙ୍କୁ ପଞ୍ଜାବରେ ପଶିବାକୁ ଦେବୁନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଏଭଳି କମେଣ୍ଟ ତାଙ୍କ ଭାବନାକୁ ଆଘାତ ଦେଇଛି ଏବଂ ଏହା ତାଙ୍କୁ ଅଭିଯୋଗ କରିବା ପାଇଁ ପ୍ରେରିତ କରିଛି । ସେପଟେ ଏହାକୁ କଂଗ୍ରେସର ବିଭାଜନକାରୀ ମାନସିକତା ବୋଲି କହିଛି ବିଜେପି । ଏହି ସର୍ବପୁରାତନ ଦଳ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବାର ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details