ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପୂର୍ବରୁ ପରେଡ ଅଞ୍ଚଳରେ ପଥରମାଡ ହୋଇଛି । ଦୁଇ ସମୁଦାୟ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଛନ୍ତି । ପ୍ରାଥମିକ ସୂଚନା ମୁତାବକ ସାମ୍ପ୍ରଦାୟିକତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା - ରାଷ୍ଟ୍ରପତିଙ୍କ କାନପୁର ଗସ୍ତ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପୂର୍ବରୁ ପରେଡ ଅଞ୍ଚଳରେ ପଥରବାଜୀ ହୋଇଛି । ଦୁଇ ସମୁଦାୟ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିଡ ସର୍କିଟ ହାଉସ୍ରେ ପହଞ୍ଚିବା ଯୋଜନା ରହିଥିଲା । ଏହାପୂର୍ବରୁ ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ଏକ ସମୁଦାୟ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଏହାପରେ ସହର ସ୍ଥିତି ବିଗିଡି଼ବା ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥର ଫୋପାଡ଼ିଥିଲେ । ଗୋଷ୍ଠୀ ସଂଘର୍ଶରେ ବମ୍ ଫୁଟିଥିବା ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ପୁରା ସହରରେ ଉତ୍ତେଜନା ଲାଗି ରହିଛି ।
ଏହି ଗୋଷ୍ଠୀ ସଂଘର୍ଶ ପରେ ନବୀନ ମାର୍କେଟ, ପରେଡ, ୟତିମଖାନା, ମେଷ୍ଟନ୍ ରୋଡ୍ ସହ ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଏକ ହିନ୍ଦୁ ଗୋଷ୍ଠୀ ଓ ଏକ ମୁସଲିମ ଗୋଷ୍ଠୀ ଜୋରଦାର ନାରାବାଜୀ କରୁଥିବା ଦେଖିବାକୁ ମିଳିଛି । ଏହି ଗୋଷ୍ଠୀ ସଂଘର୍ଶର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।