ନୂଆଦିଲ୍ଲୀ: ଭାରତରେ ଭୟଙ୍କର ରୂପ ନେଇଛି କୋରୋନା । ଖାଲି କୋରୋନା ନୁହେଁ ଏକା ସାଙ୍ଗରେ ଅମ୍ଲଜାନ ଅଭାବ ଭାରତ ଉପରେ ଦାଉ ସାଜିଛି । ଭାରତର ଏହି ବିପତ୍ତି ସମୟରେ ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି । ବ୍ରିଟେନର କମନୱେଲଥ ସଙ୍ଗଠନ ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।
କମନୱେଲଥ ସଙ୍ଗଠନ ପରିବାର ପକ୍ଷରୁ ସଙ୍ଗଠନରେ ସେକ୍ରେଟେରୀ ପାଟ୍ରିସିଆ ସ୍କଟଲ୍ୟାଣ୍ଡ କହିଛନ୍ତି, ଭାରତରେ ମାହାମାରୀର ଏପରି ସ୍ଥିତିରେ ମୁଁ ଗଭୀର ସମବେଦନା ଜଣାଉଛି । ଆମ ସଙ୍ଗଠନ ପକ୍ଷରୁ ଭାରତକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି କହିଛନ୍ତି ପାଟ୍ରିସିଆ ସ୍କଟଲ୍ୟାଣ୍ଡ । ସେ ଆହୁରୀ କହିଛନ୍ତି ଭାରତ ସରକାରଙ୍କୁ ସହାୟତା ପ୍ରଦାନ କରି ଆମେ କୃତଜ୍ଞ । ଆମେ ସବୁବେଳେ ଭାରତୀୟଙ୍କ ସହିତ ରହିଛୁ ।