ନୂଆଦିଲ୍ଲୀ: କୃଷକ ହିଂସାରେ ଦିଲ୍ଲୀ ପୋଲିସର ସାହାସିକତା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଦିଲ୍ଲୀ ପୋଲିସ କମିଶନର ସଚିଦ୍ଦାନନ୍ଦ ଶ୍ରୀବାସ୍ତବ ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଏପରି ଏକ ହିଂସା ସମୟରେ ଦିଲ୍ଲୀ ପୋଲିସର ଅଧିକାରୀ ଓ କର୍ମଚାରୀ ମାନେ ଅଦ୍ଭୁତପୂର୍ବ ସାହାସିକତା ପ୍ରଦର୍ଶନ କରିଛନ୍ତି । ତେବେ ଏହି ହିଂସାରେ ଦିଲ୍ଲୀ ପୋଲିସର 394 ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ଦେଇଛନ୍ତି କମିଶନର । ଆହତ ପୋଲିସ କର୍ମଚାରୀ ମାନେ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ କହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ନିଜେ କମିଶନର ଭେଟିଥିବା ମଧ୍ୟ କହିଛନ୍ତି ।