ନୂଆଦିଲ୍ଲୀ: ଦେଶରେ କମିଛି କୋରୋନାର କୋପ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରୁ ଚାଲୁ ହେବ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା । କୋଭିଡ ପାଇଁ ବନ୍ଦ ଥିବାରୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ନିୟମ ମାନି ଏହି ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏ ନେଇ କେନ୍ଦ୍ରୀ ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି କହିଛନ୍ତି ଯେ ଏହି ପଦକ୍ଷେପ ଦ୍ବାରା ବିଭାଗ ଏକ ନୂଆ ସ୍ତରରେ ପହଞ୍ଚିବ । ଆସନ୍ତା ୨୭ ତାରିଖ ଠାରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଦେଶରେ କୋରୋନା ମହାମାରୀ ଯୋଗୁଁ ଗତ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖଠାରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା ।