ଓଡିଶା

odisha

ETV Bharat / bharat

ଆଉ ନାହାନ୍ତି ୟୁଟ୍ୟୁବର ଦେବରାଜ ପଟେଲ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ - ୟୁଟ୍ୟୁବର ଦେବରାଜ ପଟେଲଙ୍କ ଦେହାନ୍ତ

ସଡକ ଦୁର୍ଘଟଣାରେ ୟୁଟ୍ୟୁବର ଦେବରାଜ ପଟେଲଙ୍କ ମୃତ୍ୟୁ । ଶୋକପ୍ରକାଶ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

devraj patel death
devraj patel death

By

Published : Jun 27, 2023, 2:02 PM IST

ରାୟପୁର: ଛତିଶଗଡର ଚର୍ଚ୍ଚିତ କମେଡିଆନ ୟୁଟ୍ୟୁବର ଦେବରାଜ ପଟେଲଙ୍କ ଦେହାନ୍ତ । ରାୟପୁରରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ତେଲିବନ୍ଧ ପୋଲିସ ଷ୍ଟେସନ ନିକଟରେ ଏକ କମେଡି ଭିଡିଓ ସୁଟିଂ କରିବାକୁ ରାୟପୁରରୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦିଲ ସେ ବୁରା ଲଗତା ହୈ ଡାଇଲଗକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଦେବରାଜ ।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୟୁଟ୍ୟୁବର ଦେବରାଜଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଦିଲ ସେ ବୁରା ଲଗତା ଡାଇଲଗ କହି କୋଟି କୋଟି ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ତିଆରି କରିଥିବା ଦେବାରାଜ ପଟେଲ ଆଜି ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଏତେ କମ ବୟସରେ ଅବିଶ୍ୱସନୀୟ ଜଣେ ପ୍ରତିଭାଙ୍କୁ ହରାଇବା ଅତ୍ୟନ୍ତ ଦୁଃଖଦାୟକ । ଏହି ବିପଦ ସମୟରେ ତାଙ୍କ ପରିବାରକୁ ଭଗବାନ ସହିବାର ଶକ୍ତି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ-ୟୁଟ୍ୟୁବର୍ ଅଗସ୍ତ୍ୟ ଚୌହାନଙ୍କ ମୃତ୍ୟୁ, 300KM ସ୍ପିଡରେ ଚଲାଇଥିଲେ ସୁପରବାଇକ୍

ଦେବରାଜ ପଟେଲ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ପ୍ରିୟ କଳାକାର ଥିଲେ। ସେ 24 ଅକ୍ଟୋବର 2021ରେ ରାୟପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏକ ବୈଠକ ସରିବା ପରେ ୟୁଟ୍ୟୁବର ଦେବରାଜ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କରିଥିଲେ । ଭିଡିଓର କ୍ୟାପସନ ଥିଲା କାକା ସ୍ମାର୍ଟ ଲଗତେ । ଏହି ଭିଡିଓରେ ଦେବରାଜ ପଟେଲ ଏକ ମଜାଳିଆ ସ୍ୱରରେ କହିଥିଲେ "ଛତିଶଗଡରେ କେବଳ ଦୁଇଜଣ ଲୋକ ଚର୍ଚ୍ଚିତ । ଜଣେ ମୁଁ ଏବଂ ଅନ୍ୟ ଜଣେ ମୋର କାକା । ଟିଭି ଅପେକ୍ଷା ଲାଇଭରେ ଅଧିକ ସ୍ମାର୍ଟ ଦେଖାଯାଉଛ କାକା ।'' ଏହି ଭିଡିଓରେ ଦେବରାଜଙ୍କ ପଛରେ ଛିଡା ହୋଇଥିବା ସମସ୍ତେ ହସୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓଟିକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଟ୍ବିଟରରେ ସେୟାର କରିଛନ୍ତି । ଅତି କମ ବୟସରେ ୟୁଟ୍ୟୁବର ଦେବରାଜ ପଟେଲଙ୍କ ଦେହାନ୍ତ ତାଙ୍କ ଫ୍ୟାନ୍ସଙ୍କ ମନକୁ ମଧ୍ୟ ବେଶ ଆଘାତ ଦେଇଛି । ଫ୍ୟାନ୍ସମାନେ ମଧ୍ୟ ଶୋକବାର୍ତ୍ତା ପଠାଉଛନ୍ତି । ଦେବରାଜ ପଟେଲ ଛତିଶଗଡର ଦାବପାଲି ଗାଁର ମହସାମୁଣ୍ଡ ଗ୍ରାମର ବାସିନ୍ଦା ଥିଲେ ।

ଗତ ମେ' ମାସରେ ସଡକ ଦୁର୍ଘଟଣାରେ ଲୋକପ୍ରିୟ ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ମୃତ୍ୟୁ ହୋଇଥିଲା । ଅଲିଗଡ ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ 300 କିମି ବେଗରେ ବାଇକ୍ ଚଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ୟୁଟ୍ୟୁବର୍ ଅଗସ୍ତ୍ୟ ତାଙ୍କ ରେସିଂ ବାଇକରେ ଆଗ୍ରା ଠାରୁ ଦିଲ୍ଲୀ ଯାଉଥିଲେ । ସେହି ସମୟରେ ବାଇକଟି ଭାରସାମ୍ୟ ହରାଇ ଡିଭାଇଡର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅଗସ୍ତ୍ୟଙ୍କର ମୃତ୍ୟୁ ହୋଇଥିଲା ।

For All Latest Updates

ABOUT THE AUTHOR

...view details