ଲକ୍ଷ୍ନୌ:ଉତ୍ତରପ୍ରଦେଶ କୋତବାଲି ଥାନା ଅଞ୍ଚଳରେ ଥିବା ଆଦର୍ଶ ରାମସ୍ବରୂପ ଇଣ୍ଟର କଲେଜରେ ଛାତ୍ରଙ୍କ ଦବଙ୍ଗଗିରି । କଲେଜର ପ୍ରିନ୍ସିପାଲଙ୍କ ଉପରେ ଗୁଳି ଚାଳନା କରି (Student open fires at principal in Sitapur) ତାଙ୍କୁ ଲହୁଲୁହାଣ କରିଛନ୍ତି ଦ୍ବାଦଶ ଶ୍ରେଣୀର ଛାତ୍ର । ଏଭଳି କାଣ୍ଡ ଘଟାଇବା ପରେ ଛାତ୍ର ଜଣକ ଫେରାର ରହିଛି । ସେପଟେ ଗୁରୁତର ଆହତ ହୋଇଥିବା ପ୍ରିନ୍ସିପାଲଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କଲେଜର ଦ୍ବାଦଶ ଶ୍ରେଣୀର ୨ ଜଣ ଛାତ୍ରଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବିବାଦ ଉପୁଜିଥିଲା । ଦୁଇ ଜଣ ହାତାହାତି ମଧ୍ୟ ହୋଇଥିଲେ । ଏହି ଘଟଣାରେ ପ୍ରିନ୍ସିପାଲ ୨ ଛାତ୍ରୀଙ୍କ ଗାଳି କରିଥିଲେ । ଏଥିରେ ଗୁଳି ଚାଳନା କରିଥିବା ଛାତ୍ର ପ୍ରିନ୍ସିପାଲଙ୍କ ଉପରେ କ୍ରୋଧାନ୍ବିତ ରହିଥିଲା । ଏହାପରେ ସେ ଶନିବାର କଲେଜକୁ ଆସିଥିଲା । ପ୍ରିନ୍ସିପାଲ ରାମ ସିଂ ବର୍ମା ଏକ ନିର୍ମାଣଧୀନ କୋଠାର ନିରୀକ୍ଷଣ କରୁଥିବା ବେଳେ ଛାତ୍ର ଜଣକ ତାଙ୍କ ଉପରେ ଗୁଳିମାଡ଼ କରିଥିଲା ।