ଓଡିଶା

odisha

ETV Bharat / bharat

କଲେଜ ବାହାରେ ଭାଇକୁ ଅପେକ୍ଷା କରିଥିଲେ, ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ସଇତାନ - College Girl gang raped in Bellary of Karnataka

ପୁଣି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । କେଲେଜରୁ ଅପହରଣ କରି ଛାତ୍ରୀଙ୍କୁ ଦୁଷ୍କର୍ମ । ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ
କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

By ETV Bharat Odisha Team

Published : Oct 14, 2023, 9:17 PM IST

ବେଙ୍ଗାଲୁରୁ: ଅସୁରିକ୍ଷତ ଛାତ୍ରୀ ! ଯୌନ ଲାଳସା ଚରିତାର୍ଥ କରିବାକୁ ଅମଣିଷ ପାଲଟୁଛି ମଣିଷ । ଯାହା ଫଳରେ ଘରୁ ପାଦ କାଢିଲେ ଝିଅଟିଏ ପାଇଁ ରହୁଛି ବିପଦ । ଘରୁ କଲେଜ ବାହାରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ରୀ । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କର୍ଣ୍ଣାଟକରେ । କଲେଜରୁ ଅପହରଣ କରି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ ।

ସୂଚନା ଅନୁସାରେ, କର୍ଣ୍ଣାଟକର ବେଲାରୀ ଥାନା ଅଞ୍ଚଳର ଛାତ୍ରୀ ଜଣଙ୍କ ବେଲାରୀ କଲେଜରେ ଗ୍ରାଜୁଏସନରେ ପାଠ ପଢ଼ନ୍ତି । ଗତ ଅକ୍ଟୋବର 11 ତାରିଖରେ ଛାତ୍ରୀ ଜଣକ ପରୀକ୍ଷା ହେବା ପାଇଁ କଲେଜ ଯାଇଥିଲେ । ପରୀକ୍ଷା ସରିବା ପରେ 4 ଜଣ ଯୁବକ ଛାତ୍ରୀ ଜଣକୁ ପରୀକ୍ଷା ହଲ ବାହାରେ ତାଙ୍କ ବଡ଼ ଭାଇ ଅପେକ୍ଷା କରିଥିବା କହିଥିଲେ । ଛାତ୍ରୀ ଜଣଙ୍କ ବାହାରକୁ ଆସିବା ପରେ ଯୁବକମାନେ ମିଶି ଛାତ୍ରୀ ଜଣଙ୍କୁ ଏକ ଅଟୋରେ ଅପହରଣ କରିନେଇଥିଲେ । ଅଟୋରେ ଯୋର ଜବରଦସ୍ତ ଛାତ୍ରୀଙ୍କୁ ମଦ ପିଆଇବା ସହ ନିକଟରେ ଥିବା ଏକ ହୋଟେଲକୁ ନେଇଯାଇ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ଛାତ୍ରୀ ଜଣଙ୍କ ଅଭିଯୁକ୍ତମାନଙ୍କୁ ଚିହ୍ନିଥିବା ଜଣାପଡ଼ିଛି।

ସେପଟେ ପୀଡ଼ିତା ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପୀଡ଼ିତାଙ୍କ ବାପା ଏନେଇ ବେଲାରୀ ମହିଳା ଥାନାରେ 4 ଜଣ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବେଲାରୀ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନବୀନକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ କାଲୁ ବଜାରର ତନ୍ନୁ, ଶକିବ ବୋଲି ପୋଲିସ ଜାଣିବାକୁ ପାଇଛି । ଆଇପିସି ଧାରା 341, 366, 342, 376, 114, 34 ଅନୁଯାୟୀ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ବେଲାରୀ ମହିଳା ଥାନାରେ ଅଭିଯୁକ୍ତମାନଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ !

ଏଭଳି ଘଟଣାକୁ ନେଇ ବେଲାରୀ ଜିଲ୍ଲା ସୁପରିଟେଣ୍ଡେଣ୍ଟ ପୋଲିସ ରଞ୍ଜିତ କୁମାର କହିଛନ୍ତି, "ଅକ୍ଟୋବର 11 ତାରିଖରେ 21 ବର୍ଷିୟା ବାଣିଜ୍ୟ ବିଭାଗର ଛାତ୍ରୀ କଲେଜରେ ପରୀକ୍ଷା ଦେଉଥିଲେ। ଏହି ସମୟରେ ଜଣେ ଯୁବକ ଆସି ଛାତ୍ରୀଜଣଙ୍କ ଭାଇ ବାହାରା ଅପେକ୍ଷା କରିଥିବା କହି ତାଙ୍କୁ ଅପହରଣ କରିନେଇଥିଲା । ସେଠାରେ ଏକ ରୁମ ବୁକ କରି ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସମସ୍ତ ଅଭିଯୁକ୍ତ ବେଲାରୀ ଜିଲ୍ଲାର ବୋଲି ଜଣାପଡ଼ିଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details