ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ହାଡଭଙ୍ଗା ଶୀତ: ଧୂଆଁଧାର କୁହୁଡି ସାଙ୍ଗକୁ ବର୍ଷା ନେଇ ଆଲର୍ଟ - ପ୍ରବଳ ଶୀତ ସହିତ କୁହୁଡିର ପ୍ରବାହ ମଧ୍ୟ ଜାରି

ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଶୀତ । ଆଗାମୀ କିଛି ଦିନ ପାଇଁ ଏହିପରି ପାଗ ଦିଲ୍ଲୀରେ ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଶୀତ
ରାଜଧାନୀ ଦିଲ୍ଲରେ ଜାରି ରହିଛି ଶୀତ

By

Published : Jan 18, 2021, 12:30 PM IST

ନୂଆଦିଲ୍ଲୀ:ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଜାରି ରହିଛି । କେତେକ ସ୍ଥାନରେ ରାତିର ତାପମାତ୍ରା 5 ଡିଗ୍ରୀ ସେଲସିୟସ୍ ତଳେ ରହୁଛି । ପ୍ରବଳ ଶୀତ ସହ କୁହୁଡିର ପ୍ରବାହ ମଧ୍ୟ ଜାରି ରହିଛି । ଆଗାମୀ କିଛି ଦିନ ପାଇଁ ଏହିପରି ପାଗ ଦିଲ୍ଲୀରେ ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀରେ ଜାରି ରହିଛି ଶୀତ

ତାମିଲନାଡୁ, ପୁଡୁଚେରୀ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଓ ତୁଷାରପାତ ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଆଗାମୀ ଦୁଇଦିନ ଭିତରେ ପବନର ଦିଗ ପରିବର୍ତ୍ତନ ହେବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡରେ କିଛି ଦିନ ଧରି ପ୍ରବଳ ଶୀତ ଜାରି ରହିଛି । ରାତ୍ରୀର ତାପମାତ୍ରା 10ଡିଗ୍ରୀରୁ କମ ରହୁଛି ।

ପ୍ରବଳ ଶୀତ ଓ କୁହୁଡି ପ୍ରବାହ କାରଣରୁ ଦିଲ୍ଲୀ ପ୍ରଦୂଷଣ ବି ବଢିବାରେ ଲାଗିଛି । ପ୍ରବଳ କୁହୁଡି ପଡିବାରୁ ଚାରିଆଡ ଧୂଆଁମୟ ହୋଇଛି । ଫଳରେ କିଛି ଦୃଶ୍ୟମାନ ହେଉନାହିଁ । ଟ୍ରାଫିକରେ ସମସ୍ୟା ଦେଖା ଦେଉଛି । ଜାନୁଆରୀ 20 ଯାଏଁ ଏଭଳି ସ୍ଥିତି ଜାରି ରହିବ ବୋଲି କହିଛି ସାଫାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details