ଓଡିଶା

odisha

ETV Bharat / bharat

Coast guard helicopter crash: କୋଚିରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ - ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

କେରଳ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତୀୟ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ

coast guard helicopter crash
କୋଷ୍ଟଗାର୍ଡ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

By

Published : Mar 26, 2023, 2:44 PM IST

ଥିରୁଅନନ୍ତପୁରମ:ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କେରଳ କୋଚିରେ ଭାରତୀୟ କୋର୍ଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାଞ୍ଚ କରୁଥିବା ସମୟରେ ALH ଧ୍ରୁବ 25 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 3ଜଣ ଥିଲେ । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ରନୱେ କିଛି ସମୟ ପାଇଁ ବନ୍ଦ ରହିଛି ।

ମିଳଥିବା ସୂଚନା ଅନୁସାରେ, ALH ଧ୍ରୁବର ପରୀକ୍ଷଣ କରୁଥିଲେ ପାଇଲଟ । ଏହିସମୟରେ 25 ଫୁଟ ଉପରେ ଉଡୁଥିବା ସମୟରେ ଭାରସାମ୍ୟ ହରାଇଥିବା ହେଲାକପ୍ଟର । କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ପାଇଲଟଙ୍କ ପାଇଁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଆସିଜି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡିନାହିଁ ।

ଏହା ବି ପଢନ୍ତୁ...ସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ମୃତ

ଏହା ବି ପଢନ୍ତୁ...ISRO launch LVM3: ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ LVM-3

ପ୍ରକାଶଥାଉ କି, ଗତ ମାର୍ଚ୍ଚ 16 ତାରିଖରେ ଅରୁଣାଚଳ ପ୍ରଦେଶରେ ସ୍ଥଳସେନା ହେଲିକପ୍ଟର 'ଚିତା' କ୍ରାସ ହୋଇଥିଲା । ଏଥିରେ 2 ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ହେଲିକପ୍ଟରଟି କ୍ରାସ ହୋଇ ଖସିପଡିବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ ଥିବା ଦୁଇ ପାଇଲଟ ଲେଫ୍ଟନାଣ୍ଟ କୋଲୋନେଲ ଭିଭିବି ରେଡ୍ଡୀ ଓ ମେଜର ଜୟନ୍ତ.ଏ ଙ୍କର ମୃତ୍ୟୁ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିଲା ।

ଏହାପୂର୍ବରୁ ନୌସେନାର ALH ‘ଧ୍ରୁବ’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନୌସେନାର ଏହି ଆଡଭାନ୍ସ ଲାଇଟ ହେଲିକପ୍ଟର ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇ ମୁମ୍ବାଇ ତଟ ନିକଟରେ ସମୁଦ୍ର ଜଳରାଶିକୁ ଖସି ପଡିଥିଲା । ହେଲିକପ୍ଟରେ 3 ଜଣ ପାଇଲଟ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଚଳିତ ବର୍ଷ ଫେବୃଆରୀ 28 ତାରିଖରେ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-30 ଓ ମିରାଜ-2000 ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସରୁ ଉଡାଣ ଭରିଥିବା ବାୟୁସେନା ଯୁଦ୍ଧ ବିମାନ ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୱିଙ୍ଗ୍‌ କମାଣ୍ଡର ହମୁମନ୍ତ ରାଓ ସାରଥୀ ଅଖି ବୁଜିଥିଲେ ।

ABOUT THE AUTHOR

...view details