ଓଡିଶା

odisha

ETV Bharat / bharat

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ, ଯବାନଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆବର୍ଷରେ LOC ନିକଟବର୍ତ୍ତୀ ଉଚ୍ଚତମ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଜେନେରାଲ ନନୋଜ ପାଣ୍ଡେ (COAS General Manoj Pande visited LOC)। ଯବାନଙ୍କୁ ଜଣାଇଲେ ନବବର୍ଷର ଶୁଭେଚ୍ଛା । ପ୍ରତିକୂଳ ପାଗରେ କଲେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା । ଅଧିକ ପଢନ୍ତୁ

By

Published : Jan 1, 2023, 10:24 PM IST

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ
ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ହାଇଦ୍ରାବାଦ:ସାରା ଦେଶରେ ନୂଆବର୍ଷକୁ ନେଇ ଉତ୍ସାହ ଥିବା ବେଳେ ସୀମାରେ ସେନା ଶିବିରରେ ମଧ୍ୟ ନବବର୍ଷର ଉତ୍ସାହ ଦେଖିବାକୁ ମିଳିଛି(COAS General Manoj Pande visited LOC)। ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ କାଶ୍ମୀରରେ ଥିବା ଭାରତୀୟ ସେନା ପୋଷ୍ଟ ପରିଦର୍ଶନ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ସେକ୍ଟରର ଉଚ୍ଚତମ ପର୍ବତାଞ୍ଚଳ କ୍ଷେତ୍ରରେ ଥିବା ସେନା ପୋଷ୍ଟ ପରିଦର୍ଶନ କରି ସେଠାରେ ମୁତୟନ ଥିବା ଯବାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ।

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ସେହିପରି ପ୍ରତିକୂଳ ପରିବେଶ ଓ ପ୍ରବଳ ତୁଷାରପାତ ସତ୍ତ୍ବେ ମଧ୍ୟ ସେଠାରେ କାର୍ଯ୍ୟରତ ଥିବା ଯବାନଙ୍କ ସହ ସେ ସୁରକ୍ଷା ସ୍ଥିତି ମଧ୍ୟ ତଦାରଖ କରିଛନ୍ତି । ସେଠାରେ ଥିବା ବରିଷ୍ଠ ସେନାଧିକାରୀମାନେ ସ୍ଥଳସେନା ମୁଖ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ମଧ୍ୟ କରିଥିଲେ । ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସେନାର ଯନ୍ତ୍ରାଂସ ମଧ୍ୟ ସ୍ଥଳସେନା ମୁଖ୍ୟ(army chief in JK) ବୁଲି ଦେଖିଥିଲେ ।

ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ବିଭିନ୍ନ ପର୍ବପର୍ବାଣୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ 3 ସେନାର ମୁଖ୍ୟ ବିଭିନ୍ନ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରି ଯବାନଙ୍କ ସହ ସମୟ ପର୍ବ ପାଳନ କରିଥାନ୍ତି । ପ୍ରତିକୂଳ ପରିବେଶରେ ଦେଶର ସୁରକ୍ଷାରେ ଥିବା ଯବାନଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଶିବିରରେ ଯବାନଙ୍କ ସହ ପ୍ରତିବର୍ଷ ଦୀପାବଳି ପାଳନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପର ଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details