ଓଡିଶା

odisha

ETV Bharat / bharat

Coal scam: 4 ଘଣ୍ଟାର ଜେରା ପରେ ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଛାଡିଲା ED

4 ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ବାହାରିଲେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀ । ମଙ୍ଗଳବାର ଦୁବାଇ ଯିବା ବେଳେ କୋଲକାତା ବିମାନ ବନ୍ଦରରେ ଅଟକାଇଥିଲା ଇମିଗ୍ରେସନ ବିଭାଗ । ଅଧିକ ପଢନ୍ତୁ

Coal scam: 4 ଘଣ୍ଟାର ଜେରା ପରେ ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଛାଡିଲା ଇଡିCoal scam: 4 ଘଣ୍ଟାର ଜେରା ପରେ ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଛାଡିଲା ଇଡିCoal scam: 4 ଘଣ୍ଟାର ଜେରା ପରେ ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଛାଡିଲା ଇଡି
Coal scam: 4 ଘଣ୍ଟାର ଜେରା ପରେ ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଛାଡିଲା ଇଡି

By

Published : Jun 8, 2023, 8:10 PM IST

କୋଲକାତା:ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଘୋଟାଲା ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ଆଜି ପୁଣି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମନ ଜାରି କରି ରୁଜିରାଙ୍କୁ ହାଜର ହେବା ପାଇଁ ଡାକିଥିଲା କେନ୍ଦ୍ରୀୟ ସଂସ୍ଥା । ହାଜର ହୋଇ ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଜେରା ପରେ ରୁଜିରା ଅପରାହ୍ନରେ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି ।

ଏହାପୂର୍ବରୁ ମଙ୍ଗଳବାର ରୁଜିରାଙ୍କୁ କୋଲକାତା ବିମାନ ବନ୍ଦରରେ ଇମିଗ୍ରେସନ ବିଭାଗର ଅଧିକାରୀ ଦୁବାଇ ବିମାନରେ ବୋର୍ଡିିଂ କରିବା ବେଳେ ଅଟକାଇଥିଲା । ଇଡି ପ୍ରଦାନ କରିଥିବା ଏକ ସମନର ନକଲ ପ୍ରଦାନ କରିବା ସହ ସେ ଏବେ ଦେଶ ଛାଡି ପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଇମିଗ୍ରେସନ ଅଧିକାରୀ । ଫଳରେ ରୁଜିରାଙ୍କ ଦୁବାଇ ଗସ୍ତ ଅଧାରେ ରହିଥିଲା । ତାଙ୍କୁ 8 ତାରିଖରେ ହାଜର ହେବା ନେଇ ସମନରେ ଦର୍ଶାଯାଇଥିଲା ।

ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ବର୍ଷିଥିଲେ । ନଭେମ୍ବର 2020ରେ ଏହି ଦୁର୍ନୀତି ମାମଲାରେ ରୁଜିରାଙ୍କ ବିରୋଧରେ ସିବିଆଇ ଏତଲା ଦାଏର କରିଥିଲା । ଏହି ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ରୁଜିରାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ତଦନ୍ତ ଆରମ୍ଭ କରିଥିଲା । ଆସନସୋଲ ଜିଲ୍ଲାର ରାଜୋରା ଓ କୁୁନୁସ୍ତୋରିଆ ଅଞ୍ଚଳରେ ଥିବା କୋଇଲା ଖଣିରେ ଉତ୍ତୋଳନ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା ।

ପୂର୍ବରୁ ମଧ୍ୟ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ କେନ୍ଦ୍ରୀୟ ସଂସ୍ଥା ଏକାଧିକ ଥର ଜେରା କରିସାରିଛି । ନିକଟରେ ଅଭିଷେକ ବାନାର୍ଜୀ ମଧ୍ୟ ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି । କେନ୍ଦ୍ରୀୟ ସଂସ୍ଥା ଏହି ମାମଲାରେ ତାଙ୍କୁ ଜେରା ନକରୁ ବୋଲି ସେ କୋର୍ଟରେ ପିଟିସନ ଦାଏର କରିଥିଲେ । ହେଲେ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଅଭିଷେକଙ୍କ ପିଟିସନ ଖାରଜ କରିବା ସହ କୋର୍ଟ ତାଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ମଧ୍ୟ ଦେଇଥିଲେ ।

ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ମମତା ଓ ପୁତୁରା ଅଭିଷେକ ବିଜେପିକୁ ଦାୟୀ କରିଥିଲେ । ବିଧାନସଭା ନିର୍ବାଚନରେ ଶାସନ ହାତେଇ ନପାରିବା ଫଳରେ ବିଜେପି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ରାଜନୈତିକ ଆକ୍ରୋଷ ରଖି କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ସେମାନେ ପାଲଟା ଆକ୍ରମଣ କରିଥିଲେ । କେବଳ କୋଇଲା କିମ୍ବା ଶିକ୍ଷକ ନିଯୁକ୍ତିରେ ଘୋଟାଲା ନୁହେଁ ବରଂ ଶାରଦା ଓ ନରଦା ଚିଟ୍‌ ଫଣ୍ଡ୍‌ ମାମଲାରେ ମଧ୍ୟ ତୃଣମୂଳ କଂଗ୍ରେସର ଏକାଧିକ ନେତା ତଦନ୍ତକାରୀ ସଂସ୍ଥାର ସ୍କାନର୍‌ରେ ରହିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ମମତା ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥାଠାରୁ ସର୍ବାଧିକ ଲାଭ ପାଇଥିବା ଅଭିଯୋଗ କରି ତାଙ୍କୁ ମାମଲାର ତଦନ୍ତଭୁକ୍ତ କରିବା ପାଇଁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details