ଓଡିଶା

odisha

ETV Bharat / bharat

ଆସନ୍ତାକାଲି ଖୋଲିବ କୋଇଲା ଖଣିର ନିଲାମି ବିଡ - କୋଇଲା ଖଣିର ନିଲାମୀ ବିଡ ଆସନ୍ତାକାଲି ଖୋଲିବ

ବାଣିଜ୍ୟିକ କୋଇଲା ଖଣି ନିଲାମିର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ ୩୮ ଟି ଅଫଲାଇନ ବିଡ ମିଳିଛି । ନିଲାମୀର ପଞ୍ଚମ ପର୍ଯ୍ୟାୟରେ ୧୫ଟି କୋଇଲା ଖଣି ପାଇଁ ୨୮ ଟି ଅଫଲାଇନ ବିଡ ହସ୍ତଗତ ହୋଇଛି । ଅଧିକ ପଢନ୍ତୁ

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ବିଡ ଆସନ୍ତାକାଲି ଖୋଲିବ
ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ବିଡ ଆସନ୍ତାକାଲି ଖୋଲିବ

By

Published : Jun 27, 2022, 10:53 PM IST

ନୂଆଦିଲ୍ଲୀ: ବାଣିଜ୍ୟିକ କୋଇଲା ଖଣି ନିଲାମିର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ ୩୮ ଟି ଅଫଲାଇନ ବିଡ ମିଳିଛି । ନିଲାମୀର ପଞ୍ଚମ ପର୍ଯ୍ୟାୟରେ ୧୫ଟି କୋଇଲା ଖଣି ପାଇଁ ୨୮ ଟି ଅଫଲାଇନ ବିଡ ହସ୍ତଗତ ହୋଇଛି ।

ଏଥିରୁ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ ଆସିଥିବା ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତୃତୀୟ ପର୍ଯ୍ୟାୟ ନିଲାମିର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା । ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ ମିଳିଛି । ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା । ୩ଟି କୋଇଲା ଖଣି ପାଇଁ ୪ଟି ବିଡ ଆସିଛି ।

ବାଣିଜ୍ୟିକ କୋଇଲା ନିଲାମିର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ ୨୦୨୨, ଦିନ ୧୨ଟା ରଖାଯାଇଥିଲା । ଅଫଲାଇନ ବିଡ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ ୨୦୨୨ ଅପରାହ୍ଣ ୪ ଟା ସୁଦ୍ଧା ସମୟ ଥିଲା ।

ନିଲାମି ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡ ଗୁଡିକୁ ୨୮ ଜୁନ ତଥା ଆସନ୍ତାକାଲି ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ । ସାମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ ସ୍କୋପ କମ୍ପ୍ଲେକ୍ସ ନୂଆଦିଲ୍ଲୀ ଠାରେ ଅନଲାଇନ ବିଡ ଖୋଲାଯିବ । ତେବେ ନିଲାମ ହେବାକୁ ଥିବା ଖଣି ଗୁଡିକ ଓଡିଶା, ମହାରାଷ୍ଟ୍ର, ଛତିଶଗଡ ଓ ଝାଡଖଣ୍ଡରେ ରହିଛି ।

ABOUT THE AUTHOR

...view details