ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବରୋଧରେ କ୍ରମାଗତ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ରବିବାର ଚାଷୀ ଆନ୍ଦୋଳନନକୁ ସମର୍ଥନ କରି ଦିଲ୍ଲୀର ସିଂଘୁ ସୀମାରେ ପହଞ୍ଚିଥିବା ଲୁଧିଆନା କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ସୂଚନା ଅନୁଯାୟୀ କିଛି ଚାଷୀ ରବନୀତଙ୍କ ଗାଡି ଉପରେ ଲାଠିମାଡ କରିଛନ୍ତି ।
ସିଂଘୁ ସୀମାରେ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଚାଷୀଙ୍କ ବିରୋଧ
ରବିବାର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀର ସିଂଘୁ ସୀମାରେ ପହଞ୍ଚିଥିବା ଲୁଧିଆନା କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ଅଧିକ ପଢନ୍ତୁ...
ସିଂଘୁ ସୀମାରେ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଆନ୍ଦୋଳନରତ ଚାଷୀଙ୍କ ବିରୋଧ
ରବିବାର ଲୁଧିଆନାର କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁ ଦିଲ୍ଲୀର ସିଂଘୁ ସୀମାରେ ପହଞ୍ଚିଥିଲେ । ସେଠାରେ ସେ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେବା କଥା କହିଥିଲେ । ଏହି ସମୟରେ ଚାଷୀ କିଛି ଚାଷୀ ରବନୀତଙ୍କ ଉପସ୍ଥିତି ଉପରେ ଆପତ୍ତି ଜାହିର କରି ତାଙ୍କୁ ଫେରିଯିବାକୁ କହିଥିଲେ ।
ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସାଂସଦ ବିଟ୍ଟୁ ସେଠାରୁ ଚାଲିଆସିଥିଲେ । ହେଲେ ଏହି ସମୟରେ ତାଙ୍କୁ ଉପରକୁ ଲାଠି ମାଡ ହୋଇଥିବା ଜଣାପଡିଛି ।