ଓଡିଶା

odisha

ETV Bharat / bharat

କାକୋରି କାଣ୍ଡକୁ ପୁରିଲା ୯୭ ବର୍ଷ, ନାମ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ - କାକୋରି ଟ୍ରେନ ଆକ୍ସନ ଡେ'

ଦେଶର ସ୍ବାଧୀନତା ପାଇଁ ଉତ୍ତରପ୍ରଦେଶରେ କରାଯାଇଥିବା କାକୋରି କାଣ୍ଡକୁ ଆଜି ୯୭ ବର୍ଷ ପୁରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦିବସର ନାମ ପରବର୍ତ୍ତନ କରି ଏହାକୁ କାକୋରି ଟ୍ରେନ ଆକ୍ସନ ଡେ' ଭାବେ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

କାକୋରି କାଣ୍ଡକୁ ପୂରିଲା ୯୭ ବର୍ଷ, ନାମ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
କାକୋରି କାଣ୍ଡକୁ ପୂରିଲା ୯୭ ବର୍ଷ, ନାମ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

By

Published : Aug 9, 2021, 12:29 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା କାକୋରି କାଣ୍ଡକୁ ପୁରିଛି ୯୭ ବର୍ଷ । ଏହି ଦିବସ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ କାକୋରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କାଣ୍ଡ ଶବ୍ଦଟି ଅପ୍ରୀତିକର ଥିବାରୁ ସେ କାକୋରି କାଣ୍ଡକୁ କାକୋରି ଟ୍ରେନ ଆକ୍ସନ ଡେ'ରେ ପରିବର୍ତ୍ତନ କରିଛନ୍ତି ।

କାକୋରି କାଣ୍ଡରେ ଶହୀଦ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ସମ୍ମାନିତ କରିଛନ୍ତି । ତେବେ ଚଳିତ ବର୍ଷ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ ଯାଉଛି । ଏଥିଲାଗି ଦେଶ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯୁବପିଢିଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ତ୍ୟାଗ ସମ୍ପର୍କରେ ସୂଚନା ଦେବା ପାଇଁ ଏହି କାର୍ଯ୍ୟକ୍ରମଗୁଡିକ ପାଳନ କରାଯାଉଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 'କାକୋରି ଟ୍ରେନ ଆକ୍ସନ ଡେ' ଦିବସକୁ ପାଳନ କରାଯାଉଛି ।

କ'ଣ ଏହି କାକୋରି କାଣ୍ଡ ?

ଯେତେବେଳେ ଦେଶ ଇଂରେଜ ସରକାରଙ୍କ ଅଧୀନରେ ଥିଲା, ସେତେବେଳେ ସ୍ବାଧୀନତା ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ଅର୍ଥର ଆବଶ୍ୟକ ଥିଲା । ଏଥିପାଇଁ ବିପ୍ଳବୀମାନେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ସଭା କରିଥିଲେ । ଏଥିରେ ରାମପ୍ରସାଦ ବିସ୍ମିଲ ବ୍ରିଟିଶ ସରକାରଙ୍କ ରାଜକୋଷରୁ ଲୁଟ କରିବାକୁ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ, ରାଜେନ୍ଦ୍ରନାଥ ଲାହିରୀ 1925 ମସିହା ଅଗଷ୍ଟ ୯ ତାରିଖରେ ଲକ୍ଷ୍ନୌର କାକୋରୀ ରେଳ ଷ୍ଟେସନରୁ ବାହାରିଥିବା ସାହାରନପୁର-ଲକ୍ଷ୍ନୌ ଯାତ୍ରୀବାହୀ ଟ୍ରେନକୁ ଚେନ ଟାଣି ଅଟକାଇ ଥିଲେ ।

ବିପ୍ଳବୀ ପଣ୍ଡିତ ରାମପ୍ରସାଦ ବିସ୍ମିଲଙ୍କ ନେତୃତ୍ବରେ ଅଶଫାକଉଲ୍ଲା ଖାନ, ପି ଚନ୍ଦ୍ରଶେଖର ଆଜାଦ ଏବଂ ଅନ୍ୟ ସହଯୋଗୀଙ୍କ ସାହାଯ୍ୟରେ ଟ୍ରେନରୁ ଇଂରେଜ ସରକାରଙ୍କ ରାଜକୋଷରୁ ଲୁଟ କରିଥିଲେ । ଏହି ଘଟଣା କାକୋରୀ ଘଟଣା ଭାବରେ ପରିଚିତ । ଏହି ଘଟଣା ପରେ ବ୍ରିଟିଶ ସରକାର ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନର ସମୁଦାୟ 40 ସ୍ବାଧୀନତା ସଂଗ୍ରାମୀଙ୍କ ବିରୁଦ୍ଧରେ ସଶସ୍ତ୍ର ଯୁଦ୍ଧ କରିବା, ସରକାରୀ ରାଜକୋଷରୁ ଲୁଟ କରିବା ଏବଂ ଯାତ୍ରୀମାନଙ୍କୁ ହତ୍ୟା କରିବାକୁ ନେଇ ମାମଲା ରୁଜୁ କରିଥିଲେ ।

ଯେଉଁଥିରେ ରାଜେନ୍ଦ୍ରନାଥ ଲାହିଡ଼ି, ପଣ୍ଡିତ ରାମ ପ୍ରସାଦ ବିସ୍ମିଲ, ଅଶଫାକଉଲ୍ଲା ଖାନ ଏବଂ ଠାକୁର ରୋଶନ ସିଂଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି ମାମଲାରେ ଅନ୍ୟ 16 ଜଣ ବିପ୍ଳବୀଙ୍କୁ ସର୍ବନିମ୍ନ 4 ବର୍ଷ କାରାଦଣ୍ଡରୁ ସର୍ବାଧିକ କାଲାପାନି ଏବଂ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଥିଲା । ଏଥିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଏହି କାକାେରି କାଣ୍ଡ ଭାବେ ପାଳିତ ହୋଇଆସିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାମ ପରିବର୍ତ୍ତନ ପରେ ଚଳିତ ବର୍ଷଠାରୁ ଏହି ଦିବସକୁ କାକୋରି ଟ୍ରେନ ଆକ୍ସନ ଡେ' ଭାବେ ପାଳନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details