ଓଡିଶା

odisha

ETV Bharat / bharat

ବିଶ୍ୱସ୍ତରୀୟ ହେବ 'ନୋଏଡା ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦର': ଯୋଗୀ ଆଦିତ୍ୟନାଥ - crane is logo of noida international airport

ନୋଏଡା ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦରର ନାମ, ଲୋଗୋ ଓ ଡିଜାଇନକୁ ଅନୁମୋଦନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାର ଲୋଗୋ ହେବ ଷ୍ଟର୍କ ପକ୍ଷୀ । ଲଣ୍ଡନ, ମସ୍କୋ ଏବଂ ମିଲାନ ଭଳି ବିଶ୍ୱ ପ୍ରସିଦ୍ଧ ବିମାନ ବନ୍ଦରଗୁଡ଼ିକ ଅନୁସାରେ ଏହି ବିମାନବନ୍ଦର ଡିଜାଇନ୍ କରାଯାଇଛି ।

ବିଶ୍ୱସ୍ତରୀୟ ହେବ 'ନୋଏଡା ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦର' : ଯୋଗୀ ଆଦିତ୍ୟନାଥ
ବିଶ୍ୱସ୍ତରୀୟ ହେବ 'ନୋଏଡା ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦର' : ଯୋଗୀ ଆଦିତ୍ୟନାଥ

By

Published : Dec 17, 2020, 6:56 PM IST

ଲକ୍ଷ୍ନୌ: 'ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର' ହେବ ବିଶ୍ୱର ସର୍ବୋତ୍ତମ ବିମାନବନ୍ଦର । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶ୍ୱ ସ୍ତରୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି । ଏହି ବିମାନବନ୍ଦର ଭାରତର ଗର୍ବ ହେବ । ଆମେ ଏହାକୁ 'ଗ୍ଲୋବାଲ୍ ବ୍ରାଣ୍ଡ' ଭାବରେ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବୁ ।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଲୋଗୋ, ନାମ ଏବଂ ଡିଜାଇନ୍କୁ ସିଏମ୍ ଯୋଗୀ ଗୁରୁବାର ଅନୁମୋଦନ ଦେଇଛନ୍ତି । 4 ଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ପ୍ରସ୍ତାବିତ ଏହି ବିମାନବନ୍ଦରର ପ୍ରାରମ୍ଭିକ କ୍ଷମତା ବାର୍ଷିକ 12 ମିଲିଅନ ଯାତ୍ରୀ ହେବ । ଯାହାକି 2050 ସୁଦ୍ଧା ବାର୍ଷିକ 70 ମିଲିଅନ ଯାତ୍ରୀ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଏବଂ ବିଭିନ୍ନ ପର୍ଯ୍ୟାୟରେ ଏହାକୁ ବିସ୍ତାର କରାଯିବ । କେବଳ ଏତିକି ନୁହେଁ, ପ୍ରାରମ୍ଭରେ ଦୁଇଟି ରନୱେ ରହିବ, ଯାହା ପାଞ୍ଚଟି ରନୱେ ପର୍ଯ୍ୟନ୍ତ କରାଯିବ ।

ଏହାର ନାମ 'ନୋଏଡା ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦର' ଥିବାବେଳେ ରାଜ୍ୟ ପକ୍ଷୀ 'ଷ୍ଟର୍କ'ର ଚିହ୍ନ ଲୋଗୋରେ ରହିଛି । ଲଣ୍ଡନ, ମସ୍କୋ ଏବଂ ମିଲାନ ଭଳି ବିଶ୍ୱ ପ୍ରସିଦ୍ଧ ବିମାନ ବନ୍ଦରଗୁଡ଼ିକ ଅନୁସାରେ ଏହି ବିମାନବନ୍ଦର ଡିଜାଇନ୍ କରାଯାଇଛି ।

ତେବେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏକ ସମ୍ମିଳନୀରେ ସିଏମ୍ ଯୋଗୀ କହିଛନ୍ତି ଯେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଉତ୍ତରପ୍ରଦେଶରେ ଶିଳ୍ପ ଭିତ୍ତିଭୂମିର ଗଠନମୂଳକ ବିକାଶ ହେବ । ନିଯୁକ୍ତି ସୁଯୋଗ ବଢିବ । ଉତ୍ପାଦନ ଓ ରପ୍ତାନୀ ସହ ବିମାନ ଚଳାଚଳ ମଧ୍ୟ ସୁଗମ ହେବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହେବ । ସିଏମ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ସମୟରେ ବିମାନ କ୍ଷେତ୍ର ହେଉଛି ବହୁମୁଖୀ ପ୍ରଗତିର ମାଧ୍ୟମ । ଏହା ମଧ୍ୟ ଆର୍ଥିକ ବିକାଶକୁ ବଢାଇଥାଏ । ବିମାନ ବନ୍ଦରର ବିକାଶରେ ସମସ୍ତ ସମ୍ଭାବ୍ୟ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details