ଅଯୋଧ୍ୟା: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି(ବୁଧବାର) ରାମ ନଗରୀ ଅଯୋଧ୍ୟା ଗସ୍ତରେ ଆସିଛନ୍ତି । ସରଜୁ ତଟରେ ନିର୍ମାଣାଧୀନ ଅସ୍ଥାୟୀ ହେଲିପ୍ୟାଡରେ ଯୋଗୀ ଅବତରଣ କରିବା ପରେ ସଡକ ପଥରେ ହନୁମାନଗଢୀ ପହଞ୍ଚିଥିଲେ । ହନୁମାନଗଢୀରେ ଯୋଗୀ ବଜରଙ୍ଗବାଲୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଥିଲେ । ପରେ ହନୁମନାଗଢୀର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ, ଯୋଗୀ ସିଧା ରାମଜନ୍ମ ଭୂମି ପରିସରକୁ ଯାଇଥିଲେ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଯୋଗୀ 15 ଜୁନ (ଗୁରୂବାର) ସକାଳେ ଅଯୋଧ୍ୟା ଗସ୍ତରେ ଆସିଥାନ୍ତେ । କିନ୍ତୁ ନିଜ ଗସ୍ତକୁ କାଣ୍ଟଛାଣ୍ଟ କରି ବୁଧବାର ସଂଧ୍ୟାରେ ଯୋଗୀ ଅଯୋଧ୍ୟା ପହଞ୍ଚିଛନ୍ତି । ଅଯୋଧ୍ୟା ଗସ୍ତରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଢୀ ପହଞ୍ଚିଥିଲେ । ହନୁମାନଗଢୀରେ ଯୋଗୀ ବଜରଙ୍ଗବାଲୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଥିଲେ । ପରେ ହନୁମନାଗଢୀର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ, ଯୋଗୀ ସିଧା ରାମଜନ୍ମ ଭୂମି ପରିସରକୁ ଯାଇଥିଲେ । ଏହାପରେ ରାମ ଜନ୍ମଭୂମି ଯାଇ ରାମଲାଲାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ରାମ ଜନ୍ମଭୂମି ନିର୍ମାଣସ୍ଥଳୀ କୁ ଯାଇ ମନ୍ଦିର ନିର୍ମାଣର ସମୀକ୍ଷା କରିଥିଲେ ।