ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ନିଜ ଗଡ଼ ଗୋରଖପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(CM Yogi Adityanath) । ମାର୍ଚ୍ଚ 3 ତାରିଖରେ ଗୋରଖପୁରରେ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଦଳ । ପ୍ରଥମ ପର୍ଯ୍ୟାୟ ପାଇଁ 57 ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ 38 ଜଣଙ୍କ ନାଁ ପ୍ରକାଶ ପାଇଛି । ଆଜି ବିଜେପି ଉତ୍ତରପ୍ରଦେଶ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ଘୋଷଣା କରିଛନ୍ତି । ପୂର୍ବରୁ କେବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।
UP Polls: ଗୋରଖପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅପଡେଟ୍
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗୋରଖପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ । ଅଧିକ ପଢନ୍ତୁ
ସୂଚନାଯୋଗ୍ୟ, କୌଶାମ୍ବୀ ଜିଲ୍ଲାରେ ଥିବା ସିରାଥୁ ଆସନରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ(Deputy CM Kesav Prasad Maurya) । ପୂର୍ବତନ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ଆଗ୍ରା ନିର୍ବାଚନୀ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିବେ । ନିର୍ବାଚନ ଲଢିବା ପାଇଁ ବେବିରାଣୀ କିଛି ଦିନ ତଳେ ଉତ୍ତରାଖଣ୍ଡ ରାଜ୍ୟପାଳ ପଦ ଛାଡିଥିଲେ । ଆଜି ଘୋଷଣା ହୋଇଥିବା 107 ଆସନରେ ବିଜେପି 20 ଜଣ ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି । ଉଲ୍ଲେଖଯୋଗ୍ୟ, 403 ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ଫେବୃୟାରୀ 10ରୁ 7ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଫେବୃୟାରୀ ୧୦ ତାରିଖରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ