ଓଡିଶା

odisha

UP Result: ଏହି ବିଜୟ ରାଜ୍ୟବାସୀଙ୍କର, ସୁଶାସନର: CM ଯୋଗୀ

By

Published : Mar 10, 2022, 9:36 PM IST

ଏହି ଅବସରରେ ସଂଧ୍ୟାରେ ବିଜେପି ଲକ୍ଷ୍ନୌ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ମେଗା ବିଜୟ ଉତ୍ସବ ପାଳନ କରିଛି । ଯେଉଁଥିରେ ଖୋଦ ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

CM ଯୋଗୀ
CM ଯୋଗୀ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି । ବିଜେପି ଲଗାତାର ସ୍ପଷ୍ଟ ବହୁମତ ସହ କ୍ଷମତା ବଜାୟ ରଖିଛି। ଏହାସହ ଦଳର ବମ୍ପର ବିଜୟକୁ ନେଇ ବିଜେପି ବିଜୟ ଉତ୍ସବ ପାଳନ ଆରମ୍ଭ କରିଦେଇଛି ।

ଏହି ଅବସରରେ ସନ୍ଧ୍ୟାରେ ବିଜେପି ଲକ୍ଷ୍ନୌ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ମେଗା ବିଜୟ ଉତ୍ସବ ପାଳନ କରିଛି । ଯେଉଁଥିରେ ଖୋଦ ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ । ଦଳୀୟ କାର୍ଯ୍ୟାଳୟକୁ ଆସି ଯୋଗୀ ଦଳୀୟ ନେତା, କର୍ମୀ ଓ ୟୁପି ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।

ସମ୍ବୋଧିତ କରି ଯୋଗୀ ପ୍ରଥମେ ୟୁପି ଜନତାଙ୍କୁ ଧନ୍ୟବାଦ ଦେବା ସହ ବିକାଶ ମୂଳକ କାର୍ଯ୍ୟ ଓ ରାଷ୍ଟ୍ରବାଦକୁ ଗ୍ରହଣ କରିଥିବାରୁ କୃତଜ୍ଞତା କରିଛନ୍ତି । ଏହାସହ ଦଳର ନେତା, କର୍ମୀ ପଦାଧିକାରୀଙ୍କୁ ମଧ୍ୟ କଠୋର ପରିଶ୍ରମ ପାଇଁ ଧନ୍ୟବାଦ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ଉତ୍ତର ପ୍ରଦେଶରେ ବିକାଶ ଦୃତ ଗତିରେ ଜାରି ରହିଛି । ଦଳ ଆଜି ଯେଉଁ ସଫଳତା ପାଇଛି ତାରି ପଛରେ ବିକାଶବାଦ ସହ ରାଷ୍ଟ୍ରବାଦ ରହିଛି । ବିଜେପି କ୍ଷମତା ପାଇଁ କେବେ ଭେଦଭାବ କରିନାହିଁ । କେବେ ରାଷ୍ଟ୍ରବାଦ ସହ ବୁଝାମଣା କରିନାହିଁ । ବିଜେପି କେବେ କ୍ଷମତା ପାଇଁ କୌଣସି ଆଇନର ଉଲ୍ଲଙ୍ଘନ କରିନାହିଁ । ବିଜେପି ସବୁବେଳେ ବିକାଶବାଦ, ରାଷ୍ଟ୍ରବାଦ ଓ ବିଚାରଧାରାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛି । ଯାହାକୁ ଦେଶବାସୀ ଗ୍ରହଣ କରିଛନ୍ତି ।

ସେହିପରି ଯୋଗୀ କହିଛନ୍ତି ଏହି ବିଜୟ କୌଣସି ସାଧାରଣ ବିଜୟ ନୁହେଁ । ଏହି ବିଜୟର ଶ୍ରେୟ ରାଜ୍ୟବାସୀଙ୍କର । ଏହି ବିଜୟର ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର । ଏହି ବିଜୟ ବିକାଶବାଦର ରାଷ୍ଟ୍ରବାଦର । ବିଜେପି ୟୁପିରେ ବିକାଶ ସହ ଆଇନ ଶୃଙ୍ଖଳାକୁ ମଜବୁତ କରିଛି । ବିଜେପି ରାଜ୍ୟରେ ସୁଶାସନ ଘରେ ଘରେ ପହଞ୍ଚାଇଛି । ବିଜେପି ଗରିବଙ୍କ ବେଦନାକୁ ଲାଘବ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

ସେହିଭଳି ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ସୁଶାସନ ଡବଲ ଇଞ୍ଜିନ ସରକାର ୟୁପିକୁ ନୂଆ ସ୍ତରକୁ ନେଇଯିବ । ୨୫ କୋଟି ୟୁପିବାସୀ ଯେଉଁ ଭରସା ବିଶ୍ବାସ ଆଶୀର୍ବାଦ ଦେଇଛନ୍ତି, ତାହାକୁ ଆମେ କେବେ ବିଫଳ ହେବାକୁ ଦେବୁ ନାହିଁ । ରାଜ୍ୟବାସୀଙ୍କ ପାଇଁ ସୁଶାସନ, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ବିକାଶ ରାଷ୍ଟ୍ରବାଦକୁ ନିଶ୍ଚିତ କରିବୁ ।

ଶେଷରେ ଯୋଗୀ ସଫଳ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗ, ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ରାଜ୍ୟ ପ୍ରଶାସନ ଅଧିକାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

@ANI

ABOUT THE AUTHOR

...view details