ଲକ୍ଷ୍ନୌ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ହେଉଛି କାଶୀ । ଏଠାରେ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧି ବିଧାନ ଅନୁସାରେ କାଶୀ ବିଶ୍ବନାଥ ମନ୍ଦିରରେ ମା'ଙ୍କ ମୂର୍ତ୍ତୀ ସ୍ଥାପନ କରିଛନ୍ତି । ଦୀର୍ଘ ୧୦୮ ବର୍ଷ ପରେ ଭକ୍ତଙ୍କ ଇଚ୍ଛା ପୂରଣ ହୋଇଛି । ମା'ଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ ।
ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଆଜି(ସୋମବାର) ଭୋରୁ କାଶୀ ବିଶ୍ବନାଥ ଧାମରେ ପହଞ୍ଚିଥିଲା। ବେଦ ମନ୍ତ୍ରରେ ରୀତିନୀତିରେ ଆରମ୍ଭ ହୋଇଥିଲା ମା'ଙ୍କ ସ୍ଥାପନା ନେଇ ପୂଜାର୍ଚ୍ଚନା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରତିମୂର୍ତ୍ତିକୁ ପୂଜା କରି ପୁନଃ ସ୍ଥାପିତ କରିଥିଲେ ।