ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ବଞ୍ଚାଇବାକୁ ଭରପୁର୍ ପ୍ରୟାସ କରୁଛନ୍ତି ଶିବସେନା ସଭାପତି ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ବାଗୀ ବିଧାୟକଙ୍କୁ ଭାବୁକ ଭରା ଅପିଲ୍ କରିଛନ୍ତି ଉଦ୍ଧବ ଠାକ୍ରେ । ଯାହା ବି ଅଭିଯୋଗ ଅଛି ମୁମ୍ବାଇ ଫେରି ତାଙ୍କ ସହ କଥା ହେବାକୁ ବିଦ୍ରୋହୀ ବିଧାୟକଙ୍କୁ ଅପିଲ୍ କରିଛନ୍ତି ଉଦ୍ଧବ ଠାକ୍ରେ ।
ଉଦ୍ଧବ ଠାକ୍ରେ କହିଛନ୍ତି ଯେ, "ଶିବସେନାର ସଭପତି ଭାବରେ ମୁଁ ବି ବାଗୀ ବିଧାୟକଙ୍କ ଚିନ୍ତା କରୁଛି । ଏଥିପାଇଁ ମୁମ୍ବାଇ ଫେରି ମୋ ସହ ସେମାନେ କଥା ହୁଅନ୍ତୁ ବୋଲି ମୁଁ ଚାହୁଁଛି । କଥାବାର୍ତ୍ତା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ । ଜନତା ଓ ଶିବ ସୈନିକଙ୍କ ମଧ୍ୟରେ ଯେଉଁ ଭ୍ରମ ସୃଷ୍ଟି ହୋଇଛି ତାହାକୁ ଦୂର କରିବା ଆବଶ୍ୟକ । ଆପଣମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନୂଆନୂଆ ତଥ୍ୟ ମୁଁ ଜାଣିବାକୁ ପାଉଛି । ଆପଣମାନଙ୍କ ମଧ୍ୟରେ କିଛି ମୋ ସହ ସମ୍ପର୍କ ମଧ୍ୟ କରିଛନ୍ତି । ମୁଁ ଜାଣିଛି ଆପଣ ଏବେ ବି ହୃଦୟରୁ ଶିବସେନା ସହ ଅଛନ୍ତି ।"