ଓଡିଶା

odisha

Karnataka Politics: ୧୧ରେ ଲାଗୁ ହେବ ଶକ୍ତି ଯୋଜନା, ବସ କଣ୍ଡକ୍ଟର ବେଶରେ ନଜର ଆସିବେ ସିଦ୍ଧରମୈୟା

By

Published : Jun 9, 2023, 6:07 PM IST

ଆସନ୍ତା ୧୧ ତାରିଖରେ ବସ କଣ୍ଡକ୍ଟର ବେଶରେ ଶକ୍ତି ଯୋଜନା ଲାଗୁ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଅଧିକ ପଢନ୍ତୁ

Karnataka Politics
Karnataka Politics

ବେଙ୍ଗାଲୁରୁ:କର୍ଣ୍ଣାଟକର କଂଗ୍ରେସ ସରକାର ଆସନ୍ତା ୧୧ ତାରିଖରେ ୫ ଗ୍ୟାରେଣ୍ଟି ମଧ୍ୟରୁ ଶକ୍ତି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛି । ଏହି ଯୋଜନା ଅଧୀନରେ ମହିଳାମାନେ ମାଗଣାରେ ବସରେ ଯାତ୍ରା କରିପାରିବେ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ସେ BMTCର କଣ୍ଡକ୍ଟର ବେଶରେ ମହିଳାଙ୍କୁ ବସର ଟିକେଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ତେବେ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ୫ ମୁଖ୍ୟ ପ୍ରତିଶୃତିକୁ ନିଆରା ଢଙ୍ଗରେ ଲଞ୍ଚ୍‌ କରିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆସନ୍ତା ୧୧ ତାରିଖରେ ବିଧାନସଭା ନିକଟ ରୋଡ ନିଂ ୪୩ରେ ବସ କଣ୍ଡକ୍ଟରର ରୂପ ଧାରଣ କରି ସେ ମହିଳାଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ । ଏହାପରେ ବିଧାନସଭାରେ ଆୟୋଜିକ କାର୍ଯ୍ୟକ୍ରମରେ ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହି ଦିନ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ କିଛି ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରିବେ । କଂଗ୍ରେସ ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ୫ଟି ମୁଖ୍ୟ ପ୍ରତିଶୃତି ମଧ୍ୟରୁ ଗୋଟିଏ ହେଉଛି ଶକ୍ତି ଯୋଜନା । ଯାହାକି ମହିଳାଙ୍କ ଲାଗି ଉଦ୍ଦିଷ୍ଟ । ଏହି ଯୋଜନାରେ ମହିଳାମାନେ ବସରେ ଦେୟମୁକ୍ତ ଯାତ୍ରା କରିପାରିବେ ।

ଏହା ବି ପଢନ୍ତୁ- 5 Guarantees of Congress: 'ଚଳିତ ବର୍ଷ ଶେଷ ସୁଦ୍ଧା ୫ ନିର୍ବାଚନୀ ପ୍ରତିଶୃତି ହେବ ପୂରଣ'

ମହିଳା ବସଯାତ୍ରୀଙ୍କ ଲାଗି ୧୧ ତାରିଖଠାରୁ କେଏସଆରଟିସି (KSRTC) ଓ ବିଏମଟିସି ବସ୍‌ରେ ମାଗଣା ଯାତ୍ରାର ଶୁଭାରମ୍ଭ ହେବ । ଏନେଇ ରାଜ୍ୟ ପରିବହନ ଏଜେନ୍ସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ମହିଳାମାନେ ସଡ଼କ ପରିବହନ ବସରେ ପରିଚୟ ପତ୍ର ଦେଖାଇ ନିଶୁଳ୍କ ଯାତ୍ରା କରିବାରୁ ସୁବିଧା ପାଇପାରିବେ । ସୂଚନା ଥାଉ କି କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ୫ଟି ବଡ଼ ଘୋଷଣା କରିଥିଲା । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ୫ଟି ଯୋଜନା ଆଣିଥିଲା । ଆଉ ଯେତେବେଳେ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ଏହି ପ୍ରତିଶୃତିକୁ ଯଥାଶ୍ରୀଘ୍ର ଲାଗୁ କରାଯିବ ବୋଲି କହିଥିଲେ ।

ଏହି ୫ଟି ନିର୍ବାଚନୀ ପ୍ରତିଶୃତି ହେଉଛି ପ୍ରତି ଘର ପିଛା ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି (ଗୃହ ଜ୍ୟୋତି), ପ୍ରତି ପରିବାରର ମହିଳା ମୁଖିଆଙ୍କୁ ୨୦୦୦ ଟଙ୍କା ମାସିକ ସହାୟତା (ଗୃହ ଲକ୍ଷ୍ମୀ), ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟ ପିଛା ୧୦ କେଜି ଚାଉଳ (ଅନ୍ନ ଭାଗ୍ୟ), ବେରୋଜଗାର ସ୍ନାତକ ଯୁବକଙ୍କ ଲାଗି ପ୍ରତି ମାସରେ ୩ହଜାର ଟଙ୍କା ଓ ବେରୋଜଗାର ଡିପ୍ଲୋମାଧାରୀ (୧୮-୨୫ ବର୍ଷ)ଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ୧୫୦୦ ଟଙ୍କା (ଯୁବ ନିଧି) ଏବଂ ସାର୍ବଜନିକ ପରିବହନ ବସ (ଉଚିତ ପ୍ରୟାଣ)ରେ ମହିଳାଙ୍କୁ ବିନା ଦେୟରେ ଯାତ୍ରା । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଧୀରେଧୀରେ ନିଜ ପ୍ରତିଶୃତି ପୂରଣ କରୁଛି କଂଗ୍ରେସ । ସେପଟେ ଆସନ୍ତା ଜୁଲାଇ ୧ ତାରିଖଠାରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଜନାକୁ ମଧ୍ୟ ଲାଗୁ କରାଯିବ ।

ABOUT THE AUTHOR

...view details