ଓଡିଶା

odisha

ଶିବରାଜ ସିଂ ଚୌହାନଙ୍କ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭ୍ୟୁ, କହିଲେ ବିଜେପି ସହ ଅଛନ୍ତି ମଧ୍ୟପ୍ରଦେଶ ଜନତା

By

Published : Nov 4, 2020, 6:36 PM IST

ମଙ୍ଗଳବାରରେ ମଧ୍ୟପ୍ରଦେଶରେ ଉପନିର୍ବାଚନ ମତଦାନ ପରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମଧ୍ୟପ୍ରଦେଶ ଜନତା ବିଜେପି ସହ ରହିଥିବା ଦାବି କଲେ ଶିବରାଜ । ପଢନ୍ତୁ ଅଧିକ.....

ଇଟିଭି ଭାରତକୁ ଶିବରାଜ ସିଂ ଚୌହାନଙ୍କ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭ୍ୟୁ
ଇଟିଭି ଭାରତକୁ ଶିବରାଜ ସିଂ ଚୌହାନଙ୍କ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭ୍ୟୁ

ଭୋପାଲ: ମଧ୍ୟପ୍ରଦେଶରେ ଶେଷ ହୋଇଛି ଉପନିର୍ବାଚନ ମତଦାନ । ନଭେମ୍ବର 3 ରେ 28 ଟି ଆସନ ପାଇଁ ମଦଦାନ ଶେଷ ହେବା ପରେ ଉଭୟ କଂଗ୍ରେସ ଓ ବିଜେପି ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମତଦାନ ଶେଷ ହେବା ପରେ ଇଟିଭି ଭାରତ ସହ ଏକ୍ସକ୍ଲ୍ୟୁସିଭ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଇଟିଭି ଭାରତକୁ ଶିବରାଜ ସିଂ ଚୌହାନଙ୍କ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭ୍ୟୁ

ଶିବରାଜ କହିଛନ୍ତି ଯେ ମଧ୍ୟପ୍ରଦେଶର ଜନତା ଭାରତୀୟ ଜନତା ପାର୍ଟି ସହ ଅଛନ୍ତି । ସେ ଗତ 15 ମାସ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଓ ତାର କାର୍ଯ୍ୟଶୈଳୀକୁ ମଧ୍ୟ ବୁଝି ସାରିଛନ୍ତି ଜନତା । କଂଗ୍ରେସ କ୍ଷମତାକୁ ଆସିବା ପରେ ତାଙ୍କ ସରକାର ଦ୍ବାରା ଆରମ୍ଭ କରାଯାଇଥିବା ସବୁ ବିକାଶମୂଳକ ଯୋଜନାକୁ ବନ୍ଦ କରିଦିଆଯାଇଥିଲା । ପୁଣି ସତ୍ତାକୁ ଫେରିବା ପରେ ପୁଣି ତାର ବିକାଶମୂଳକ କାମ ଆରମ୍ଭ କରିଛନ୍ତି । ଲୋକେ ବିଜେପିର ବିକାଶମୂଳକ ଆଭିମୁଖ୍ୟ ସହ ଅଛନ୍ତି ବୋଲି ସେ କହିଛନ୍ତି । ତେଣୁ ଏହି ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ହିଁ ଲୋକଙ୍କ ଆସ୍ଥା ଭାଜନ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଗତ 3 ତାରିଖରେ (ମଙ୍ଗଳବାର) ମଧ୍ୟ ପ୍ରଦେଶରେ 28ଟି ସିଟରେ ଉପନିର୍ବାଚନ ପାଇଁ ମତଦାନ ହୋଇଛି । ରାଜ୍ୟ ବିଧାନସଭାରେ 230 ଆସନ ଥିବାବେଳେ ବର୍ତ୍ତମାନ 202 ସଦସ୍ୟ ରହିଛନ୍ତି । ଯେଉଁଥିରେ ଭାଜପାର 107 ର କଂଗ୍ରେସର 88 ବସପାର 2 ଓ ସପାର ଜଣେ ମାତ୍ର ବିଧାୟକ ଥିବା ବେଳେ 4 ନର୍ଦଳୀୟ ବିଧାୟକ ଅଛନ୍ତି । ଏହି ସଂଖ୍ୟା ଅନୁସାରେ ଭାଜପାକୁ ବହୁମତ ସାବ୍ୟସ୍ତ କରିବାକୁ ହେଲେ ଆଉ 9 ଆସନର ଆବଶ୍ୟକତା ରହିଛି । ସେହିପରି କଂଗ୍ରେସକୁ ପୁଣି ଥରେ ସତ୍ତାକୁ ଫେରିବାକୁ ହେଲେ ଚଳିତ ଉପନିର୍ବାଚନ ସମସ୍ତ 28 ଆସନ ଜିତିବାକୁ ପଡିବ ବୋଲି ସଂଖ୍ୟା ଆକଳନରୁ ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details